ଦିବ୍ୟାଙ୍ଗମାନଙ୍କ ଫିଜିଓଥେରୋପି ଚିକିତ୍ସା ଉପରେ ଆଲୋଚନା

ପାରଳାଖେମୁଣ୍ଡି,୨୮ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ଆନୁକୁଲ୍ୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଫିଜିଓଥେରୋପିି ଚିକିତ୍ସା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ନିୟତିର ନିଦେ୍ର୍ଦଶକ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ଭାଷଣ ଦେଇ ଦିବ୍ୟାଙ୍ଗମାନଙ୍କ ପାଇଁ ଏହିପରି ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେହିପରି ଡି.ଆଇ.ଇ.ଟିର ଭାରାପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମୁଖ୍ୟ ଯୋଗଦାନ କରି ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରତରେ କିପରି ସାମିଲ ହେବେ ସେବିଷୟରେ କହିଥିଲେ । ସେହିପରି ଏହି କାର୍ଯ୍ୟକ୍ରମରେ ଡ.ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ଫିଜଓଥେରୋପି ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରସାଦ କୁମାର ନାୟକ, ସୁକାନ୍ତି ସୋରେନ, ସ୍ୱର୍ଣ୍ଣପ୍ରଭା ପାଠି ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *