ଦିବ୍ୟାଙ୍ଗଙ୍କୁ ମିଳିଲା ତିନିଚକିଆ ସ୍କୁଟି, ସମ୍ଭାବନା ବଢାଇଲା ସହାୟତାର ହାତ

କେନ୍ଦୁଝର, ୨୫ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ନିଜର ଶାରିରୀକ ଅକ୍ଷମତା ପାଇଁ ଘରୁ ପଦାକୁ ଗୋଡ କାଢି ପାରୁନଥିବା ଜଣେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାର ହାତ ବଢାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ଭାବନା’। ସୁବିଧାରେ ଯାତାୟତ କରିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ସ୍କୁଟି ପ୍ରଦାନ କରିଛି ଏହି ସ୍ୱେଚ୍ଛାସେବୀ ସଂସ୍ଥା। କେନ୍ଦୁଝରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ଭାବନା’ ପକ୍ଷରୁ ରବିବାର ଦିନ ଜଗନ୍ନାଥପୁରର ଦିବ୍ୟାଙ୍ଗ ଯୁବକ ଅଭୟ କୁମାର ଜେନାଙ୍କୁ ତାଙ୍କ ଦୈନନ୍ଦିନ କାର୍ଯ୍ୟକୁ ସୁଗମ କରିବା ପାଇଁ ସଂଗଠନ ପକ୍ଷରୁ ଏକ ତିନିଚକିଆ ସ୍କୁଟି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ପରେ ସଂଗଠନ ପକ୍ଷରୁ କେନ୍ଦୁଝରଗଡ ପୌରପାଳିକା ଅନ୍ତର୍ଗତ ଭାଲୁକିପତଳାସ୍ଥିତ ଡିଏଭି ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ସମ୍ଭାବନାର ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ନେତୃତ୍ୱରେ ସଂପାଦିକା ରୁପାଲି ପଟ୍ଟନାୟକ ଚକ୍ର, ଉପସଭାପତି ଆଶିଷ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଜ୍ୟୋତିରଞ୍ଜନ ମିଶ୍ର, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମୀନା ମାଝୀ, ଅଜୟ କୁମାର ଦାସ, ବିଘ୍ନରାଜ ସାହୁ, ବିଧାନ ପ୍ରଧାନ, ସଂଜୟ ଦାସ, ବାସୁଦେବ ଜେନା, ବାବି ରାଉତ, ସଂଜୀବ ସାହୁ, ସରୋଜ ଦୀକ୍ଷିତ, ଚିନ୍ମୟ ସାହୁ, ଜଗଦିଶ ଆପଟ୍ଟ, ମନୋରଂଜନ ଦାସ, ପରେଶ ସାହୁ, ମହେଶ୍ୱର ବେହେରା, ସଦାଶିବ ସାମଲ, ପପୁ ମହାନ୍ତି, ଜିତୁନ୍ ଦାସ, ସନ୍ତୋଷ ପାଣିଗ୍ରାହୀ, ଅଭିଷେକ ରାଉତ, ଦେବାଶିଷ ଦାସ, ଅଭିଷେକ ଦାସ, ଅବିନାଶ ପଟ୍ଟନାୟକ, କିର୍ତ୍ତୀ ଅନୁରାଗ ଷେଣ୍ଢ, ବିଶ୍ୱନାଥ ବେହେରା, ସୋମନାଥ ବେହେରା, ହେମନ୍ତ ମହାନ୍ତ, ସୁନାରାମ ମୁର୍ମୁ, ମୃତ୍ୟୁଞ୍ଜୟ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *