ଜିଲ୍ଲା ପରିକ୍ରମା

ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସିନାପାଲି ବ୍ଳକ କେନ୍ଦୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡଦର୍ଲିପଡାର ଦିବ୍ୟାଙ୍ଗ ନିଲାମ୍ବର ହାତୀଙ୍କୁ ସରକାରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ମତେ ବଡଦର୍ଲିପଡାର ନିଲାମ୍ବର ହାତୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଲେ ହଟାତ ପଡି ଯିବା ସେ ଦୀର୍ଘ ଦିନରୁ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଛନ୍ତି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏହି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ନିଲାମ୍ବର। ସେ ଏବେ ଦିବ୍ୟାଙ୍ଗ ଜୀବନ ଅତିବାହିତ କରିବା ପରେ ପରିବାରରେ ଅନେକ ଅସୁବିଧା ଦେଖା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ରୋଷେଇ କରିବାକୁ ଚାଉଳ ମୁଠାଏ ମଧ୍ୟ ନଥିବା ନିଲାମ୍ବରଙ୍କ ପତ୍ନୀ ତିଲେ ହାତୀ ଦୁଖଃର ସହ ପ୍ରକାଶ କରିଛନ୍ତି। ପରିବାରର ୪ ସଦସ୍ୟକୁ ନେଇ ନିଲାମ୍ବରଙ୍କ ପରିବାର। ହେଲେ ସେତେବେଲେ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଥିବା ନିଲାମ୍ବରକୁ ପରିବାର ଲୋକେ ତାଙ୍କର ୧ ଏକର ଜମିକୁ ବନ୍ଧା କରି ଚିକିତ୍ସା କରିଥିଲେ। ଚିକିତ୍ସା ସକାଶେ ନିଲାମ୍ବରଙ୍କୁ ଛତିଶଗଡ, ଚନ୍ଦାହାଣ୍ଡି ଏବଂ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଏତେ ଟଙ୍କ ଖର୍ଚ୍ଚ ପରେ ମଧ୍ୟ ନିଲାମ୍ବର ଆରୋଗ୍ୟ ଲାଭ କରିନଥିଲେ। ଫଳରେ ଏବେ ଅର୍ଥାଭାବରୁ ଘରେ ପଡି ରହିଛନ୍ତି ନିଲାମ୍ବର। ବର୍ତ୍ତମାନ ପରିବାରରେ ଖାଇବାକୁ ମୁଠାଏ ଚାଉଳ ମଧ୍ୟ ନାହିଁ। ପାଖରେ ଦୁଇ ସନ୍ତାନକୁ ଯତ୍ନ କରିବା ସହ ଦିବ୍ୟାଙ୍କ ସ୍ୱାମୀର ସେବା ସୁଶ୍ରୃଷା କରି ଦିନ କଟିଯାଉଅଛି। ପରିବାରରେ ନିଲାମ୍ବର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ରହିଥିବା ବେଳେ ସେ ଏବେ ଦିବ୍ୟାଙ୍ଗ ହେବାରୁ ପରିବାର ଭୋକ ଉପାସରେ ପରିବାର ଦିନ କାଟୁଛନ୍ତି। ତିଲେ ହାତୀ ନିଜେ ରୋଜଗାର କରିବାକୁ ଗଲେ ତିନି ସଦସ୍ୟକୁ ସେବା କରିବାକୁ ଲୋକ ନାହାନ୍ତି। ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରିବ କି ନିଜ ଦିବ୍ୟାଙ୍ଗ ସ୍ୱାମୀ ସହ ସନ୍ତାନକୁ ଯତ୍ନ କରିବ ତିଲେ। ଖାଇବାକୁ ଅର୍ଣ୍ଣ ମୁଠାଏ ନଥିବା ବେଳେ ସ୍ୱାମୀଙ୍କ ଚିକିତ୍ସା ନେଇ ଅର୍ଥ ବାଧକ ସାଜିଛି। ଏବେ ଏହି ପରିବାର ପ୍ରତି କେବଳ ସରକାରୀ ସହାୟତା ଏକମାତ୍ର ଭରସା। ତିଲେ ହାତୀ ନିଜ ସ୍ୱାସୀଙ୍କ ଚିକିତ୍ସା ପାଇଁ ସରକାର ଏବଂ ପ୍ରଶାସନ ଠାରେ ଗୁହାରୀ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ମାନେ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ନିଲାମ୍ବରର ଚିକିତ୍ସା ହୋଇ ପାରୁନାହିଁ। ଏନେଇ ସିନାପାଲି ବିଡିଓ ସୁରେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରିବାରୁ ଏହି ଖବର ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲି ଏବଂ ସରକାରୀ ସହୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top