ଖେଳ

ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଯୁବକ ସଂଘ ପକ୍ଷରୁ ସାରନଗରୀ ଇସ୍ପାତ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭାରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ରାଉରକେଲା ଜାଗରଣ ମଂଚର ସଭାପତି ରିଙ୍କୁ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଉରକେଲା ଜାଗରଣ ମଂଚର ସାଧାରଣ ସମ୍ପାଦକ ଆଫ୍ରୋଜ ଅହମ୍ମଦ ଯୋଗ ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଭାବେ ରାଉରକେଲା ଟିପ୍ପର ଓନର ଆସୋସିଏସନର ସାଧାରଣ ସମ୍ପାଦକ ଦିଲୀପ ମହାନ୍ତି, ବରିଷ୍ଠ ବିଜେଡ଼ି ନେତା ଶ୍ରୀଚରଣ ସାମଲ ଓ ହାତୀବନ୍ଧା ପଂଚାୟତ ସରପଂଚ ଚମର ସିଂ ମୁଣ୍ଡାରୀ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥି ମାନେ ଏଭଳି ଦିବାରାତ୍ର କ୍ରିକେଟର ଆୟୋଜନ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିବା ସହିତ କହିଲେ ଯେ, ଏହାଦ୍ୱାରା ଯୁବ ପିଢୀଙ୍କ କ୍ରିକେଟ ଖେଳ ପ୍ରତି ରୁଚି ବଢି ପାରିବ ଓ ଆଗାମୀ ଦିନରେ ସାରନଗରୀ ଅଂଚଳରୁ ମଧ୍ୟ ଜାତୀୟ ସ୍ତରରେ କ୍ରିକେଟ ପ୍ରତିଭା ସୃଷ୍ଟି ହୋଇ ପାରିବ। ଉକ୍ତ ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଟିମ୍ ଅଶଂଗ୍ରହଣ କରିଥିବା ବେଳେ, ଟିମ୍ ଗୁଡିକ ମଧ୍ୟରେ ବାଲିଯୋଡ଼ି, ବନ୍ଧମୁଣ୍ଣା, ସାରନଗରୀ, ବିଭିନ୍ନ ସେକ୍ଟର, କୋଏଲନଗର ଓ ରାଜଗାଙ୍ଗପୁର ଆଦି ଅଂଚଳରୁ ଖେଳାଳୀ ମାନେ ଟୁର୍ଣ୍ଣମେଂଟରେ ଭାଗ ନେଇଛନ୍ତି। ଉଦ୍ଘାଟନୀ ମ୍ୟାଚ ବାଲିଯୋଡ଼ି ସ୍ୱପ୍ନେଶ୍ୱର କ୍ଲବ ଓ ସେକ୍ଟର-୨୦ ନେକ୍ସେସ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନେକ୍ସେସ କ୍ରିକେଟ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ସ୍ୱପ୍ନେଶ୍ୱର କ୍ଲବ ବ୍ୟାଟିଂ କରି ୧୨ ଓଭରରେ ୭ ୱିକେଟ ହରାଇ ୧୦୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନେକ୍ସେସ କ୍ରିକେଟ ଟିମ୍ ୧୧ ଓଭରରେ ୫ ୱିକେଟ ହରାଇ ବିପକ୍ଷ ଦଳକୁ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଥିଲା। କ୍ରିକେଟ ଖେଳରେ ଅମ୍ପିୟାର ଭାବେ ସନ୍ତୋଷ ମହାରଣା ଓ ରାକେଶ ନାୟକ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ଖେଳକୁ ପରିଚାଳନା କରିବାରେ ଦକ୍ଷିଣ ରାଉରକେଲା ଯୁବକ ସଂଘର ସମ୍ପାଦକ ଦେବାଶିଷ ମହାନ୍ତି, ସୁମନ ମଲ୍ଲିକ, ମନୋଜ ଦାଶ, ଶମ୍ଭୁନାଥ ଯାଦବ ଓ ଜଗନ୍ନାଥ ବିଶ୍ୱାଳ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଜୟ ବିଶ୍ୱାଳ ମଂଚ ପରିଚାଳନା କରିଥିଲେ। ନୂଆବର୍ଷରେ ଦିବାରାତ୍ର କ୍ରିକେଟ ମ୍ୟାଚର ମଜା ଉଠାଇବା ଲାଗି ସାରନଗରୀ, ଦେଓଗାଁ, ଜଲଦା, କାଟିନ ଆଦି ଅଂଚଳରୁ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀଙ୍କ ଭିଡ଼ ପଡ଼ିଆରେ ପରିଲିକ୍ଷିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top