ଜିଲ୍ଲା ପରିକ୍ରମା

ଦିବାରାତ୍ରୀ କ୍ରୀକେଟ ପ୍ରତିଯୋଗୀତା, ଗୌରୀଶଙ୍କର କ୍ଲବ ଚମ୍ପିଆନ

ଯାଜପୁର,(ଓଡିଆପୁଅ/ମାନସ ରାଉତ):ବଡଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ଫ୍ରେଣ୍ଡସ କ୍ଲବ ଦ୍ୱାରା ଆୟୋଜିତ ଏକ ଦିବସୀୟ ଦିବାରାତ୍ରୀ କି୍ରକେଟ ପ୍ରତିଯୋଗୀତାରେ ମା’ ତାରିଣୀ କ୍ରିକେଟ କ୍ଲବ ଅମିୟଝରୀକୁ ୮ ରନରେ ପରାସ୍ତ କରି ଛତିଆ ଗୌରୀଶଙ୍କର କ୍ଲବ ଚମ୍ପିଆନ ହୋଇଥିବା ଜଣାଯାଇଛି । ଶନିବାର ବନ୍ତଳା ଖେଳ ପଡିଅରାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଆଖପାଖ ଅଞ୍ଚଳର ୧୬ଟି କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ । ସଂଧ୍ୟ୍ୟାରୁ ଆରମ୍ଭ ହୋଇ ସକାଳେ ଶେଷ ହୋଇଥିବା ଏହି ଫ୍ଲଡଲାଇଟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଗୌରୀଶଙ୍କର କ୍ଲବ ଏବଂ ମା’ ତାରିଣୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୌରୀଶଙ୍କର କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ଦୁଇ ୱିକେଟ ହରାଇ ୫୦ ରନ ସଂଗ୍ରହ କରିଥିଲା । ଜବାବରେ ଅମିୟଝରୀ କ୍ଲବ ସମସ୍ତ ୱିକେଟ ହରାଇ ୪୨ ରନ କରି ପରାଜିତ ହୋଇଥିଲା । ଏହି ଅବସରରେ କ୍ଲବର ସଭାପତି ବିଶ୍ୱଭୂଷଣ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉସôବରେ ଯୁବ ସମାଜସେବୀ ସୌମ୍ୟରଞ୍ଜନ ବିଶ୍ୱାଳ ଅତିଥିଭାବେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ରଞ୍ଜନ କୁମାର ବେହେରା ଓ କାଳିଆ ବାରିକ ଖେଳକୁ ପରିଚାଳନା କରୁଥିବା ବେଳେ ପ୍ରସନ୍ନଜିତ ରାଉତରାୟ, ମହେଶ କୁମାର ରାଉତରାୟ, ହରେକୃଷ୍ଣ ମହାରଣା, କ୍ଷୀତିଶ କୁମାର ବେହେରା, କାଳିଆ ବେହେରା, ହେମନ୍ତ ବେହେରା, ଜଗନ ମହାପାତ୍ର, ଲିପୁନା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top