ଅପରାଧ

ଦିନ ଦ୍ୱିପ୍ରହରରେ ଡିକିରୁ ଟଙ୍କା ଲୁଟ : ସି ସି ଟିଭିରେ ଦୃଶ୍ୟ କଏଦ୍

ନବରଙ୍ଗପୁର ୧୨-୨ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଗତ କିଛି ଦିନ ଧରି ଜିଲ୍ଲାରେ ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ଶନିବାର ଦିନ ପାପଡାହାଣ୍ଡି ବ୍ଲକ ଅର୍ନ୍ତଗତ ଲାଇବନ ପଦର ଆଶ୍ରମ ବିଦ୍ୟାଳୟର ଦୁଇ ଶିକ୍ଷୟତ୍ରୀ ତପସ୍ୱନୀ ମହାନ୍ତି ଓ ରେସେମା ବେଗେମ ସ୍କୁଟିରେ ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଥିଲେ। ସେମାନଙ୍କଠାରୁ ଦୁବୃତ୍ତମାନେ ଛୁରୀ ଦେଖାଇ ସୁନା ଗହଣା ଟଙ୍କା ଆଦି ଲୁଟ କରିଥିଲେ। ଏହାର କିଛି ଦିନ ମଧ୍ୟରେ ସୋମବାର ଦିନ ୧ଘଣ୍ଟା ୪୦ ମିନିଟ ସମୟରେ ପାପଡାହାଣ୍ଡି ପାତ୍ର ମେଡିକାଲ ଷ୍ଟୋର ସାମନ୍ନାରେ ମଟର ସାଇକେଲ ଡିକିରୁ ଦୁବୃତ୍ତମାନେ ୧୦ ହଜାର ୫୦୦ ଟଙ୍କା ଲୁଟ କରିଛନ୍ତି। ଏହି ଲୁଟର ଶୀକାର ହୋଇଛନ୍ତି ପାତ୍ରଗୁଡାର ସୁଶାନ୍ତ ହରିଜନ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ରାସ୍ତାରେ େଓା÷ଷଧ କିଣିବାକୁ ମେଡିକାଲ ଷ୍ଟୋରରେ ଅଟକିଥିଲେ ଶୁସାନ୍ତ। ଇତି ମଧ୍ୟରେ ଏହି ଘଟଣା ଘଟିଯାଇଛି। ଏହି ଲୁଟ ଦୃଶ୍ୟ ସି ସି ଫୁଟେଜରେ କଏଦ ହୋଇଛି। ଦୃଶ୍ୟରେ ପାତ୍ର ମେଡିକାଲ ସାମନ୍ନା ପଟକୁ ଜଶେ ଦୁବୃତ୍ତ ଶୁସାନ୍ତଙ୍କ ଡିକିରୁ ଟଙ୍କା ଲୁଟ କରିବାବେଳେ ଅନ୍ୟ ଏକ ସହଯୋଗୀ ଏକ ବାଇକରେ ପ୍ରଥମ ଦୁବୃତକୁ ସେଠାରୁ ଖସେଇ ନେବାରେ ସଫଳ ହୋଇଛି। ଏହି ଘଟଣା ସଂମ୍ପର୍କରେ ପାପାଡାହାଣ୍ଡି ଥାନାରେ ମାମଲା ରୁଜୁ ହେବାପରେ ପୋଲିସ ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top