ଦିନ ଦ୍ୱିପହରରେ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଖଡିଆଳ/ନୂଆପଡା-୦୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗ୍ରାମର ଶିକ୍ଷକ ବନମାଲୀ ମେହରଙ୍କ ଠାରୁ ଆଜି ଦିନ ଦ୍ୱିପହରରେ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା । ସୂଚନାମତେ ଗମ୍ବାରୀଗୁଡା ଗ୍ରାମର ବନମାଲୀ ମେହେର ଖଡିଆଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଣ କରି ଏକ ବ୍ୟାଗରେ ଭରି ନିଜ ଚାରିଚକିଆ ଯାନରେ ରଖିଥିଲେ । ଗାଡି ଷ୍ଟାଟ କରି ଆସିଲା ବେଳକୁ ହତାଟ ଦୁବୁର୍ତ୍ତ ମାନେ ଗାଡିର ଗେଟ ଖୋଲି ଟଙ୍କା ବ୍ୟାଗକୁ ଛଡାଇ ଏକ ବାଇକରେ ଫେରାର ମାରିଥିବା ଜଣାପଡିଛି । ସେହି ସମୟରେ ବ୍ୟାଙ୍କ ପାଖରେ ପୋଲିସ ଗାର୍ଡ ଏବଂ ସିକୁରିଟି ଗାର୍ଡ ଥିବା ସତ୍ୱେ ଏହିଘଟଣା ଘଟିଛି । ଏନେଇ ଖଡିଆଳ ଥାନାରେଏ ଶ୍ରୀ ମେହେର ଅଭିଯୋଗ କରିଛନ୍ତି । ପୋଲିସ ଲୁଟେରାକୁ ଧରିବାକୁ ଚେଷ୍ଟା ଚଲାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *