ଦିନ ଦିପହରେ ଓକିଲଙ୍କୁ ଛୁରା ମାଡ଼, ଅଭିଯୁକ୍ତ କୋର୍ଟ ଚାଲାଣ

ରାଉରକେଲା ୧୨-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦିନ ଦିପହରରେ ଆକ୍ରମଣ ହୋଇଛି ଜଣେ ଆଇନଜିବୀଙ୍କୁ। ଏଥିରୁ ରାଉରକେଲାରେ ପୁଲିସ ବ୍ୟବସ୍ଥା କେତେ ସୁଦୃଢ ଏହା ସ୍ପଷ୍ଟ ଭାବେ ବାରି ହୋଇ ପଡୁଛି। ଧର୍ମେନ୍ଦ୍ର ରାୟ ନାମକ ଜଣେ ଓକିଲଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶଯେ, ସେକ୍ଟର-୨ ବସଷ୍ଟାଣ୍ଡ ନିକଟରେ ଏହିଭଳି ଘଟଣା ଘଟିଥିଲା। ଡେଲିମାର୍କେଟ ଅଂଚଳରେ ରହୁଥିବା ଶ୍ରୀ ରାୟ ଟିକେଟ କିଣିବାକୁ ବସଷ୍ଟାଣ୍ଡ କାଉଟଂରକୁ ଯାଇଥିଲେ। ସେକ୍ଟର-୪ ଏ ବ୍ଲକରେ ରହୁଥିବା ସୋମନାଥ ମିଶ୍ର ନାମକ ଜଣେ ଯୁବକ ସେହି କାଉଂଟର ନିକଟରେ ଠିଆ ହୋଇଥିଲେ। କୌଣସି କଥାକୁ ନେଇ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ସୋମନାଥ ଉତ୍ୟକ୍ତ ହୋଇ ଧର୍ମେନ୍ଦ୍ରଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା। ଛୁରୀରେ ଧର୍ମେନ୍ଦ୍ରଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଛି। ଆକ୍ରମଣକାରୀ ସୋମନାଥଙ୍କୁ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *