ଓଡ଼ିଶା

ଦିନିକିଆ ଓଡିଶା ଗସ୍ତରେ ଆସନ୍ତା କାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା

ଭୁବନେଶ୍ୱର, ୨୩/୦୯ (ଓଡ଼ିଆ ପୁଅ) : ଆସନ୍ତା କାଲି ଏକ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା। ଶ୍ରୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ଶ୍ରୀ ଶାହା ବିମାନ ବନ୍ଦରରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବେ। ପୁରୀ ଗସ୍ତ ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହାଙ୍କୁ ଭୁବନେଶ୍ୱରର କଳ୍ପନା ଛକ, ଉତରା ଛକ, ମଙ୍ଗଳପୁର, ସାତଶଂଖ, ସତ୍ୟବାଦୀ, ଚନ୍ଦନପୁର, ବ୍ରହ୍ମଗିରି ବାଇପାସ ଏବଂ ଅଠରନଳାଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସ୍ୱାଗତ କରାଯିବ। ଏହା ପରେ ଶ୍ରୀ ଶାହା ଅପରାହ୍ନ ୧୨.୧୫ ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅପରାହ୍ନ ୨.୩୦ରେ ଶ୍ରୀ ଶାହା ହୋଟେଲ ଗୋଲଡେନ ପ୍ୟାଲେସଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିବେ। ସମସ୍ତ କାର୍ଯ୍ୟକ୍ରମ ସମାପ୍ତ କରି ଶ୍ରୀ ଶାହା ସଂଧ୍ୟା ୬ଟାରେ ପୁରୀରୁ ବାହାରି ଭୁବନେଶ୍ୱର ଫେରି ଆସି ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top