ଦିନରେ ୧୦ ଥର ବିଦ୍ୟୁତକାଟ ରାତିରେ ଶୋଇଲା ପରେ ୫ ଘଣ୍ଟା ବିଦ୍ୟୁତ କାଟ ଲୋକଙ୍କୁ ଭୁଆଁ ବୁଲଉଛି ବୁଦ୍ୟୁତ ବିଭାଗ ବାଃ ବାଃ ରେ ବିଦ୍ୟୁତ ବିଭାଗ

ତୁରୁମୁଙ୍ଗା ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ ଟାଣ ଖରା ସାଙ୍ଗକୁ ଝାଂଜି ଖରା। ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଖରାର ପ୍ରକୋପ ଦାଉରୁ ବଳୀ ଯାଉଛି ଘନ ଘନ ବିଦ୍ୟୁତ କାଟ ଦିନରେ ଗୋଟେ ମିନିଟରେ 10 ଥର ରୁ ଅଧିକ ବିଦୁତ କାଟ ହେଉଥିବା ବେଳେ ଲୋକ ଙ୍କୁ ଚକ୍ଷ୍ମା ଦେଇ ରାତିରେ ଶୋଇ ସରିଲା ପରେ ବିଦୁତ ବିଭାଗ ରାତି 12 ରୁ ସକାଳ 5 ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟି ଦେଉଛି। ଫଳରେ ପାଟଣା ବ୍ଲକ ତୁରୁମୁଙ୍ଗା ଠାରେ ଥିବା ସବଷ୍ଟେସନ ଅଧିନ ରେ ଥିବା ବିଦ୍ୟୁତ ଉପଭୋକ୍ତା ଙ୍କର ଏବେ ଅସନ୍ତୋଷ ଦେଖାଦେଇଛି । ପାଟଣା ମୁଖ୍ୟାଳୟକୁ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇଛି ବିଦ୍ୟୁତ କାଟ ଯୋଗୁଁ ଏବେ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ମଧ୍ୟ ବ୍ୟାହତ ହେଇଥିବାର ଅଭିଯୋଗ ହେଉଥିଲେ ହେଁ ବିଦ୍ୟୁତ ବିଭାଗ କର୍ଣ୍ଣପାତ କରୁନାହିଁ। ଏପରିକି ଜରୁରୀ କାଳୀନ ସେବା ଉପରେ ମଧ୍ୟ ବିଦୁତ କାଟର ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି ପାଟଣା ଦମକଳ କେନ୍ଦ୍ରର ବ୍ୟାଟେରୀ ମଧ୍ୟ ଠିକ ଭାବେ ଚାର୍ଜ ହେଉ ନଥିବା ଅଭିଯୋଗ ହେଇଛି । ସେହି ପରି ବିଦ୍ୟୁତ କାଟ ଯୋଗୁ ପାଟଣା ବ୍ଲକ ର ପାଟଣା ଥାନା ଏବଂ ତୁରୁମୁଙ୍ଗା ଥାନା ରେ କୌଣସି କାର୍ଯ୍ୟ ହୋଇପାରୁନାହିଁ।ଏ ସମ୍ପର୍କରେ ତୁରୁମୁଙ୍ଗା ଏସ.ଡି.ଓ ଏବଂ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ବିଦ୍ୟୁତ ଉପଭୋକ୍ତା ଜିଲାପାଳ ଙ୍କ ଅଫିସ ସମୁଖ ରେ ବିକ୍ଷୋଭ କରିବା ସହିତ ରାଜରାସ୍ତା କୁ ଓଲ୍ହାଇ ବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *