ଦିନରେ ଜଳୁଛି ଷ୍ଟ୍ରିଟ୍ ଲାଇଟ୍ ଏନଜେନର ବେଖାତିର ପୌରସଂସ୍ଥାର ନିଘାନାହିଁ

କେନ୍ଦ୍ରାପଡା ୮/୯ (ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)– କେନ୍ଦ୍ରାପଡା ଏକ ପୁରାତନ ପୌରାଞ୍ଚଳ ହୋଇଥିବା ବେଳେ ଆର୍ଥିକ ଅନାଟଣ ହେତୁ ଏହା ପୂର୍ଣ୍ଣାଙ୍ଗ ସହରରେ ପରିଣତ ହୋଇପାରିନାହିଁ। ରାସ୍ତା ଘାଟର ଅବସ୍ଥା କହିଲେ ନ ସରେ। ମେଡିକାଲ ରାସ୍ତାରେ ପ୍ରସୂତୀ ପ୍ରସବ କରିବାର ସମ୍ଭାବନା ଅଛି। ଡ୍ରେନେଜ ସିଷ୍ଟମ ନଥିବାରୁ ଅସରାଏ ବର୍ଷାହେଲେ ସରହରେ ପାଣି ଜମି ରହୁଛି। ୨୪ଘଣ୍ଟା ବର୍ଷାରେ ସହର ଭାସୁଛି। ତଥାପି ମଧ୍ୟ ପୌର ପ୍ରଶାସନ ଚିନ୍ତା କରୁନାହିଁ। ଏପରି ଅବ୍ୟବସ୍ଥା ମଧ୍ୟରେ ଜନସାଧାରଣ ନୀରବତା ଅବଲମ୍ବନ କରୁଛନ୍ତି। ବାରମ୍ବାର ଷ୍ଟ୍ରିଟ ଲାଇଟ୍ ଘଣ୍ଟା ଘଣ୍ଟାଧରି ଦିନରେ ଜଳୁଥିଲେ ମଧ୍ୟ ଏହାକୁ ଲିଭାଇବାପାଇଁ ସତେ ଯେପରି କେହି ନାହାଁନ୍ତି। ଆଜି ପୁରୁଣା ମଟୋର ଷ୍ଟାଣ୍ଡଠାରେ ହାଇମାକ୍ସ ଲାଇଟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଜଳୁଥିଲା। ଏହି ଲାଇଟ ଜଳାଇବା ଲିଭାଇବା ଦାୟିତ୍ୱ ଏନଜେନ ହାତରେ ଅର୍ପଣ କରାଯାଇଥିବା ବେଳେ ସେମାନେ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ମନମୁଖୀଭାବେ ସନ୍ଧ୍ୟା ହେବାର ୧ଘଣ୍ଟା ପୂର୍ବରୁ ଷ୍ଟ୍ରିଟ୍ ଲାଇଟ୍ ଜଳାଉଥିବା ବେଳେ ପ୍ରତ୍ୟେକ ଦିନ ସକାଳ ହେବାର ଦୁଇ ତିନିଘଣ୍ଟାପରେ ଲାଇଟ ଲିଭାଉଛନ୍ତି। ଏପରିକି ଅନେକ ସମୟରେ ବିଭିନ୍ନ ରାସ୍ତାର ଲାଇଟ୍ ଦିନରେ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳୁଛି। ଯଦି ହିସାବକୁ ନିଆଯାଏ ଅଦରକାରୀଭାବେ ଦିନରେ ଜଳୁଥିବା ଷ୍ଟ୍ରିଟ ଲାଇଟ ଆଲୁଅର ଚାର୍ଜ ମାସକୁ ଲକ୍ଷାଧିକ ଟଙ୍କା ହେବ। ପୌରସଂସ୍ଥା ବିଦ୍ୟୁତ ଦେୟ ପରିଶୋଧ ନ କରିପାରୁଥିବା ବେଳେ ଦାୟିତ୍ୱ ହୀନତା ଯୋଗୁ ଦିନରେ ଲାଇଟ ଜଳି ପୌରସଂସ୍ଥାର ବିଲ ବଢୁଛି। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇବା ପରେ ସେ ଏନଜେନ୍ କର୍ମ·ରୀଙ୍କୁ ବାରମ୍ବାର ତାଗିଦ୍ କରିବା ସତ୍ୱେ ମଧ୍ୟ ଦିନରେ ଲାଇଟ ଜଳୁଛି।

Leave a Reply

Your email address will not be published. Required fields are marked *