ଓଡ଼ିଶା

ଦିଗହରା ଆବାସ ଯୋଜନା; ପଲିଥିନ ତଳେ ବିତୁଛି ଜୀବନ

ତିର୍ତ୍ତୋଲ ୧୧/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) ସାଧାରଣ ଲୋକଙ୍କ ଉନ୍ନତି ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସରକାର ପ୍ରଣୟନ କରୁଛନ୍ତି ବିଭିନ୍ନ ଉନ୍ନୟନ ମୁଳକ ଯୋଜନା। ଏହି ଯୋଜନା ଗୁଡିକ ଜନ ପ୍ରତିନିଧି ଆଉ କେତେକ ସରକାରୀ କର୍ମଚାରୀଙ୍କ ଅବହେଳାରୁ ହେଉଛି ଦିଗହରା। ସରକାରୀ ଆବାସ ଯୋଜନାରେ ବାସହୀନମାନଙ୍କୁ ଥଇଥାନ କରିବା ପାଇଁ ସରକାରୀ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି। ଅପରପକ୍ଷରେ ପ୍ରକୃତ ହିତାଧିକାରୀ ଏହି ଯୋଜନାଭୁକ୍ତ ହେବାରୁ ବଚିଂତ ହେଉଥିବା ଦେଖିବାକୁ ମିଳିଛି। ତାଳପଡା ପଚାଂୟତର ବାସଗୃହହୀନ ଦଳୀତ, ଗରୀଭ, ଭିନ୍ନକ୍ଷମ ପରିବାରକୁ ଅଦ୍ୟାବଧି ସରକାରୀ ଆବାସ ଭୁକ୍ତ କରାଯାଇନାହିଁ। ଫଳରେ ପଲିଥିନ ତଳେ ବିତୁଛି ଜୀବନ। ଏହି ଦଳିତ ପରିବାରର ବିଜୟ ବେହେରା ଜଣେ ଦିନ ମଜୁରୀଆ। ମୂଲ ଲାଗିଲେ ଚାଉଳ, ଲୁଣ କିଣେ, ନ ହେଲେ ଘରେ ୪ ପ୍ରାଣୀଙ୍କୁ ଉପବାସ ରହିବାକୁ ପଡେ। ବିଜୟର ସ୍ତ୍ରୀ ପୁଷ୍ପିତା ଜଣେ ଭିନ୍ନକ୍ଷମ। ପରିବାର ଅନ୍ୟ ସଦସ୍ୟ କହିଲେ ୨ଟି ଛୋଟଝିଅ। ଏବେ ଏହି ଝିଅ ଦୁଇଟି ବିଦ୍ୟାଳୟକୁ ଯିବା ଆରମ୍ଭ କରିଛନ୍ତି। ରେସନକାର୍ଡ ଖଣ୍ଡେ ନଥିବାରୁ ସରକାରୀ ଯୋଗାଣ ସାମଗ୍ରୀ ବିଜୟ ପରିବାର ପାଇଁ ସପନ ପାଲଟିଛି।ଘରଢିଅକୁ ଛାଡିଦେଲେ ଚାଷଜମି ନଥିବାରୁ ବାଧ୍ୟହୋଇ ବିଜୟ ପେଟପୋଷିବା ପାଇଁ ମୁଲ ଲାଗୁଛି। ଆବାସ ଖଣ୍ଡେ ପାଇଁ ସରକାରୀ ବାବୁମାନଙ୍କୁ ଏକାଧିକବାର ଭିନ୍ନକ୍ଷମ ପୁଷ୍ପିତା ଦରଖାସ୍ତ କରିଛନ୍ତି ସତ ହେଲେ ଅଦ୍ୟାବଧି ଏହି ଯୋଜନାର ସୁଫଳ ମିଳିପାରିନାହିଁ। ଥରେ ତାଳପଡା ପଚାଂୟତ କାର୍ଯ୍ୟନିର୍ବାହୀ ପତିତପାବନ ଦାସ ଏହି ପରିବାରକୁ ତଦନ୍ତ କରିବାକୁ ଯାଇ ଆଖିର ଲୁହରେ ସମବେଦନ ପ୍ରକାଶ କରିଥିଲେ। ବଡବଡିଆ ମାନେ ସରକାରୀବାବୁମାନଙ୍କୁ ବିଭିନ୍ନ ଉପାୟରେ କାବୁକରି ଆବାସ ଯୋଜନା ହାତେଇପାରୁଥିବା ବେଳେ ଗରିବ ଭିନ୍ନକ୍ଷମ ପରିବାର ଏହି ଯୋଜନା ଭୁକ୍ତ ହୋଇ ନପାରିବା ପ୍ରଶାସନିକ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ଅପରପକ୍ଷରେ ପଲିଥିନ ତଳେ ଖରା, ବର୍ଷା, ଶିଥ କାକରରେ ଜୀବନ ବିତାଉଥିବା ଏହି ପରିବାରକୁ କେବେ ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ପଡିବ ବୋଲି ସ୍ଥାନୀୟ ଅଚଂଳରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ କୁଜଙ୍ଗ ବିଡିଓ କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ପଚାରିବାରେ ସେ ପୁର୍ନବାର ଦରଖାସ୍ତ ଦେଉ। ତଦନ୍ତ କରିବା ପରେ ଘର ଆସିଲେ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top