ଦାମୋଦର ରାଉତ ଭଗବାନ: କୋରପୁଟରେ ସିପିଆଇ ଚାଷୀ ମୁଳିଆ ଆଦିବାସୀ ସଂଘର ବ୍ୟାନର

କୋରପୁଟ:୯/୧/୧୮(ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରପୁଟ ଜିଲ୍ଲାର ନାରାୟଣ ପାଟଣା ଅଞ୍ଚଳରେ ବିଭିନ୍ନ କାନ୍ତବାଡ଼ରେ ସିପିଆଇ ଚାଷୀ ମୁଳିଆ ଆଦିବାସୀ ସଂଘ ନାମରେ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଆଦିବାସୀ ସଂଘ ରାୟଗଡ଼ା ଓ କୋରପୁଟ, ନାଗାବୀ ଡିଭିଜନ ପକ୍ଷରୁ ଲାଗିଥିବା ଉଲେଖ ରହିଥିବାବେଳେ, ସିପିଆଇ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କୁ ଆଦିବାସୀଙ୍କ ଭଗବାନ ବୋଲି ଦର୍ଶାଯାଇଛି। ତାଙ୍କର ପୁନଃ ବିଚାର କରିବାକୁ ପୋଷ୍ଟର ମାଧ୍ୟମରେ ଦାବିକରିଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ତିନିଜଣ ନେତାଙ୍କୁ ଚିଟିପଣ୍ଡ ଠକେଇ ମାମଲାରେ ପଦକ୍ଷେପ ନେବା ପାଇଁ ଗତ ସପ୍ତାହରେ ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାନରରେ ସରକାର ଓ ଗଣମାଧ୍ୟମ ମଜା କରୁଥିବା ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *