Home ଓଡ଼ିଶା ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ...

ଦାମୋଦର ବାବୁଙ୍କ ବାଣକୁ ଆୟୁଧ କଲା କଂଗ୍ରେସ : ବ୍ରହ୍ମପୁରରେ ବିକ୍ଷୋଭ ସମାବେଶରେ ଦୁର୍ନୀତି ବିରୋଧରେ ଓଡ଼ିଆ ଜାତିର ଆବେଗରେ ଆନ୍ଦୋଳନର ଚେତାବନୀ

135

ବ୍ରହ୍ମପୁର:୧୮/୦୯/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ରାଫେଲ ଯୁଦ୍ଧ ବିମାନ କିଣା ଘଟଣାର ତଦନ୍ତ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶ ବାସୀଙ୍କୁ ବିଶ୍ୱାସଘାତ କରିଥିବା ଅଭିଯୋଗ କରି ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁରରେ ଆନ୍ଦୋଳନ କରାଯାଇଛି। କର୍ମୀ ଓ ସମର୍ଥକ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ବିକ୍ଷୋଭ ସମାବେଶ କରିଥିଲେ।

ଏହି ସମାବେଶରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ କୁମାର ମାଝୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ଗୁଡିକର ସମାଲୋଚନା କରିବା ବେଳେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଅମାନିଆ ତୁଣ୍ଡର କଥା ଦୋହରାଇ ଥିଲେ। ସମବାୟ ବିଭାଗରେ ଦୁର୍ନୀତି ସହ କେତେକ ଦୁର୍ନୀତି ପ୍ରସଙ୍ଗ ଅଭିଯୋଗ କରିବାରୁ ତାଙ୍କୁ ବି.ଜେ.ଡି ରୁ ତାଙ୍କୁ ବାହାର କରିଦିଆଗଲା। ଆମେ ଓଡ଼ିଆ ଏବଂ ଆମ ଠାରେ ଯଦି ଓଡ଼ିଆ ରକ୍ତ ଅଛି ତେବେ ଏହି ଦୁର୍ନୀତି ପ୍ରସଙ୍ଗରେ ଆନ୍ଦୋଳନ କରି ଆଗେଇଯିବା ବୋଲି ସେ ଆହ୍ୱାନ ଦେବା ବେଳେ ପରୋକ୍ଷରେ ଦାମୋଦର ରାଉତଙ୍କୁ ଦମଦାର ଓଡ଼ିଆ ଭାବେ ଚିତ୍ରଣ କରିଥିଲେ।

ଏ.ଆଇ.ସି.ସି. ସମ୍ପାଦକ ଶ୍ରୀ ଅନୀଲ କୁମାର ଚୌଧୁରୀ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ତ୍ରିନାଥ ବେହେରା ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଜନ ଆନ୍ଦୋଳନର ଚେତାବନୀ ଦେଇଥିଲେ। କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ ଯାଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ରାଜସ୍ୱ କମିଶନରଙ୍କୁ ପ୍ରଦାନ କରିଥିଲେ। ଏହି ସମାବେଶରେ ବିଭିନ୍ନ ଅଞ୍ଚଚଳରୁ ସହସ୍ରାଧିକ ଲୋକ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.