ଦାମାହୁଦାରେ ଇଣ୍ଡେନ ଗ୍ରାମୀଣ ବିତରକ ଦ୍ୱାରା ଉଜ୍ଜଲା ଯୋଜନାରେ ଗ୍ୟାସ ବଣ୍ଟନର ଶୁଭାରମ୍ଭ

ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦାମାହୁଦାଠାରେ ଆଜି ଇଣ୍ଡେନ ଗ୍ରାମୀଣ ବିତରକ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଅଏଲର ସେଲସ ମ୍ୟାନେଜର ଅନୁପମ କୁମାର ଯୋଗଦେଇ ଗ୍ୟାସ ବଣ୍ଟନର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ୩୦ ନମ୍ବର ଯୋନର ଜିଲ୍ଲା ପରିଷଦ ସଦସ୍ୟ ଅଂଶୁମାନ ସବୁଜ, ମହାନ୍ତ ବର୍ମା ଓ ଉଜ୍ଜ୍ୱଳ ଯୋଜନାର ଜିଲା ନୋଡାଲ ଅଧିକାରୀ ସନ୍ଦୀପ ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଦାମହୁଦା ଇଣ୍ଡେନ ଗ୍ରାମୀଣ ବିତରକର ପରିଚାଳକ ଭାବଗ୍ରାହୀ ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦାମାହୁଦା ପଞ୍ଚାୟତର ସରପଞ୍ଚ କରିଆ ଟୁଡୁ, ପୂର୍ବତନ ସରପଞ୍ଚ ବାସନ୍ତୀ ଟୁଡୁ, ପ୍ରମୁଖ ଉପସ୍ଥିତ ଥିଲେ ପ୍ରଥମ ପର୍ଯ୍ୟାୟରେ ବ୍ଲକର ୪ ଟି ପଞ୍ଚାୟତ ୨୨ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଫଳରେ ଉପକୃତ ହୋଇଥିବା ମହିଳାମାନଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *