ଦାମଙ୍କ ଅଭିଯୋଗର ତଦନ୍ତ ହେଉ-ଖାରବେଳ ସ୍ୱାଇଁ

ଭୁବନେଶ୍ୱର, ୧୪-୯ (ଓଡ଼ିଆ ପୁଅ) ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କ ଅଭିଯୋଗର ତଦନ୍ତ ହେଉ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଦାବି କରିଛନ୍ତି। ଶେ କହିଛନ୍ତି ଯେ, ଦାମ ବାବୁଙ୍କୁ ଯେଉଁ କାରଣରୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି କରାଯାଇଛି ସେଥିରେ ଉତ୍କଳ ଭାରତର କିଛି ମତାମତ ଦେବାର ନାହିଁ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ବିଜେଡି ସରକାରର ବିଭିନ୍ନ ବିଭାଗମାନଙ୍କରେ ଯେଉଁ କୋଟି କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ସେ କରିଛନ୍ତି ତାହା ମିଥ୍ୟା ବୋଲି କହି କିପରି ଆଡ଼େଇ ଦେଇହେବ? ମନ୍ତ୍ରୀ ଥିଲାବେଳେ ସେ କାହିଁକି ଏ ଅଭିଯୋଗ କରୁନଥିଲେ ବୋଲି ବିଜେଡି ପକ୍ଷରୁ ଯେଉଁ ଯୁକ୍ତି ବଢ଼ଯାଉଛି ତାହା ଗ୍ରହଣୀୟ ନୁହେଁ। ପୂର୍ବରୁ ସେ ଏହି ଅଭିଯୋଗ କରୁନଥିଲେ ବୋଲି ଆଜି କ’ଣ କରିପାରିବେ ନାହିଁ। ସୂଚନାଯୋଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ କେଉଁ କଲଗାର୍ଲ ସହ ଯୌନ ସମ୍ପର୍କ ରଖିଥିଲେ ଓ କଥାକୁ ଲୁଚାଇବା ପାଇଁ ତାଙ୍କୁ ଅର୍ଥ ଯାଚି଼ଥିଲେ ତା’ର ତଦନ୍ତ ଏବେ ହେଉଛି କିପରି? ଚି଼ଟଫଣ୍ଡ ଦୁର୍ନୀତିରେ ଯେଉଁ ଦଳର ବିଧାୟକ, ସାଂସଦ, ଆଡଭୋକେଟ ଜେନେରାଲମାନେ ଗିରଫ ହୋଇ ଜେଲରେ ଥିଲେ ସେ ଦଳର ମନ୍ତ୍ରୀମାନେ କ’ଣ ଦୁର୍ନୀତି କରିଥିବା ଅସମ୍ଭବ? ବରଂ ୧୮ ବର୍ଷର ଶାସନ ପରେ ବିଜୁ ଜନତା ଦଳ ଅତିରିକ୍ତ ଭ୍ରଷ୍ଟାଚାରୀ ଓ ଅହଂକାରୀ ପୋଇପଡ଼ିଛି। ବର୍ତମାନ ତାଙ୍କରି ଦଳର ଜଣେ ବରିଷ୍ଠ ନେତା ସେହି ଦୁର୍ଗଣଗୁଡି଼କୁ ପଦାରେ ପକେବାରେ ଲାଗିଛନ୍ତି। ଓଡ଼ିଶାର ଜନସାଧାରଣ ଏ ସମ୍ପର୍କରେ ଗଭୀର ବିଶ୍ଳେଷଣ କରିବା ଉଚିତ ଓ ୨୦୧୯ରେ ଏହାକୁ କ୍ଷମତାଚ୍ୟୁତ କରିବା ଉଚିତ।

Leave a Reply

Your email address will not be published. Required fields are marked *