ଦାବି ପୂରଣ ହେବାର ପ୍ରତିଶୃତି ମିଳିବାପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ଠାରେ ଚାଲିଥିବା ଭୂଆନ୍ଦୋଳନ ପ୍ରତ୍ୟାହାର

ମାଲକାନଗିରି, ୧୨ା୧୨ (ଓଡିଆ ପୁଅ ) ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଦାବିନେଇ ଚିତ୍ରକୋଣ୍ଡା ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ସୋମବାର ଦିନ୧୦ଟାଠାରୁ ମଙ୍ଗଳବାର ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବସିଥିଲେ। ସେମାନଙ୍କ ଦାବି ଗୁଡିକ ସରକାରି ନିଯମ ଅନୁସାରେ ପୂରଣ କରାଯିବାର ପ୍ରତିଶୃତି ପାଇବାପରେ ମଙ୍ଗଳବାର ସଂନ୍ଧ୍ୟାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି, ଦାବି ମଧ୍ୟରୁ ଗୋଟିଏ ମୁଖ୍ୟଦାବି ଆଦିବାସୀ ପିଲାମାନଙ୍କ ପାଠପଢା ପାଇଁ ଜାତିଗତ ପ୍ରମାଣପତ୍ର ଚିତ୍ରକୋଣ୍ଡା ତହସିଲଦାର ଙ୍କ ପକ୍ଷରୁ ୧୫୦ଜଣଙ୍କୁ ଆଜି ଦିଆଯାଇଥିବାର ଜଣାପଡିଛି, ଏହି ଦୁଇଦିନର ଗଣଧାରଣା ଓ ଭୂଆନ୍ଦୋଳନରେ ଚିତ୍ରକୋଣ୍ଡା ସହର ର ଦୋକାନବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦରହିଥିଲା। ଏମିତିକି ଚିତ୍ରକୋଣ୍ଡାରୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଆସିକା, ବିଶାଖାପାଟଣା, ବିଜୟନଗରମ, କୋରାପୁଟ, ଜୟପୁର, ମାଲକାନଗିରି କୁ ବସଗୁଡିକ ଚଳାଚଳ ବନ୍ଦରହିଥିବାରୁ ଗତ ଦୁଇଦିନ ଧରି ସାଧାରଣ ଲୋକମାନେ ନାହିଁ ନଥିବା ହଇରାଣ ହୋଇଥିଲେ। ଆନ୍ଦୋଳନ କାରିଙ୍କ ସହିତ ମଙ୍ଗଳାବାର ଦିନ ଚିତ୍ରକୋଣ୍ଡା ତହସିଲଦାର ଫାଲଗୁନି ମାଝୀ, କୁଡୁମୁଲୁଗୁମ୍ମା ଅତିରିକ୍ତ ତହସିଲଦାର ବିଜୟକୁମାର ମାଣ୍ଡାଙ୍ଗି, ଚିତ୍ରକୋଣ୍ଡା ବିଡିଓ ଉତମକୁମାର ବାଘ, ଆଲୋଚନାକରି ସରକାରି ନିୟମ ଅନୁସାରେ ଅନ୍ୟାନ ଦାବିଗୁଡିକ ପର୍ଯ୍ୟାୟକ୍ରମେ କାର୍ଯ୍ୟାକାରି କରାଯିବୋଲି ପ୍ରତିଶୃତିଦେବାପେର ଆନ୍ଦୋଳନ ପ୍ରତ୍ୟାହର ହୋଇଥିଲା।ଚିତ୍ରକୋଣ୍ଡା ବିଛିନ୍ନାଚଂଳବାସୀଙ୍କ ବିବିନ୍ନ ସମସ୍ୟା ତହସିଲ ପକ୍ଷରୁ ଗରିବ ଆଦିବାସୀ ମାନଙ୍କୁ ଜମିପଟା, ଜାତିଗତ ପ୍ରମାଣପତ୍ର ମିଳୁନଥିବାରୁ ସୋମବାରଦିନ ଜିଲ୍ଲାକଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡା ଠାରେ ବିରାଟ ସୋଭା ଯାତ୍ରା ଓ ଭୂଆନ୍ଦୋଳନ ସହିତ ତହସିଲ କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା। ମାଲକାନଗିରି ଜିଲ୍ଲାଦେଇ ଏସଆର କମ୍ପାନି ପାଇପଲାଇନ ଯାଇଥିଲେବି ଜିଲ୍ଲାରେ କୌଣସି ଉନ୍ନୟନମୁଳକ କାର୍ଯ୍ୟ କିମ୍ବା ସ୍ଥାନୀୟ ଯୁବକ ଙ୍କୁ କମ୍ପାନିରେ ନିଯୁକ୍ତି ଦିଆଯାନଥିବାରୁ ଏହାକୁ ବିରୋଧ କରି କମ୍ପାନିର କାମକୁ ବନ୍ଦକରିଦିଆ ଯିବା ପାଇଁ ପୁବ ର୍ତନ ସାସଂଦ ପ୍ରଦୀପ ମାଝୀ ଙ୍କ ନେତୃତ୍ୱରେ ଆନ୍ଦୋଳନରେ କୋରାପୁଟ ବିଧାୟକ କୃଷ୍ଣସଗରିଆ, ଜିଲ୍ଲାସଭାପତି ଗୋବିନ୍ଦପାତ୍ର, ସଂପାଦକ ରାମପ୍ରାସାଦ ପଟନାୟକ, ମାଲାମାଢି, ନବରଂଙ୍ଗପୁର କଂଗ୍ରେସ ସଭାପତି ମୁନାତ୍ରୀପାଠୀ, ବିଧାୟକ ଚନ୍ଦ୍ରସେଖର ମାଝୀ, ମାଲକାନଗିରି ପୁବ ର୍ତନ ବିଧାୟକ ନିମାଇଚନ୍ଦ୍ରସରକାର, ଚିତପଟନାୟକ ଙ୍କ ସହିତ ମାଲକାନଗିରି ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଓ ଅନ୍ୟାନ କଂଗ୍ରେସ ନେତା ମାନେ ଯୋଗ ଦେଇଥିଲେ। ତହସିଲ ପକ୍ଷରୁ ଗରିବ ଲୋକଙ୍କୁ ଜମିପଟା, ଜାତିଗତ ପ୍ରମାଣପତ୍ର, ବାସିନ୍ଦା ଓ ଆୟଗତ ପ୍ରମାଣପତ୍ର, ଏସଆର କମ୍ପାନି ପକ୍ଷରୁ ବିଛିନ୍ନାଚଂଳ ବାସୀଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ପାନୀୟ ଜଳ ଯେଗାଣ, ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ବିବିଭିନ୍ନ ବୈଷୟିକି ତାଲିମ ଦେଇ ରୋଜଗାରକ୍ଷମକରିବା ପାଇଁ ଦାବିକରିଥିଲେ। ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ମାଲକାନଗିରି ଜିଲ୍ଲାରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି।ଏହାର ସୁଫଳ ସ୍ଥାନୀୟ ଗରିବ ଆଦିବାସୀ ପାଇପାରୁନଥିବା ବେଳେ ରାଜ୍ୟ ସରକାର ବିଭିନ୍ନ କମ୍ପିନୀଙ୍କୁ ପ୍ରାକୃତିକ ସମ୍ପଦ ଲୁଟ କରିବାପାଇଁ ସୁଯୋଗ ଦେଇ ଚାଲିଛନ୍ତି। ବିଶେଷ କରି ଚିତ୍ରକୋଣ୍ଡା ଠାରେ ଥିବା ଏସଆର କମ୍ପାନି ମାଲକାନଗିରି ଜିଲ୍ଲମଧ୍ୟଦେଇ ଛତିଶଗଡ ବଇଲାଡିଲା ଠାରୁ ପାଇପଲାଇନ ଯୋଗେ ତରଳ ଆଇରନ ଓର ଆନ୍ଦ୍ରପ୍ରଦେଶ ବିଶାଖାପାଟଣାକୁ ପଠାଇ ବେସ ଲାଭବାନ ହେଉଛି। ଛତିଶଗଡ ବାସୀଙ୍କ ପାଇଁ ଉକ୍ତ କମ୍ପାନୀ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ କରିଥିବା ବେଳେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ସେମିତି କିଛି କାମ କରିନାହିଁ।ଉକ୍ତ କମ୍ପାନୀ ବର୍ଷକୁ ୨୪ହଜାର କୋଟି ଟଙ୍କା ଲାଭକରୁଥିବା ବେଳେ ଜିଲ୍ଲାପାଇଁ କିଛି ଉନ୍ନୟନ କାର୍ଯ୍ୟକରିନାହିଁ ବୋଲି ଅଭି ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *