ଜିଲ୍ଲା ପରିକ୍ରମା

ଦାଦୀ ପ୍ରକାଶମଣିଙ୍କ ୧୧ତମ ସ୍ମୃତି ଦିବସ ଅବସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ରାକ୍ଷୀ ହେଉଛି ପରମାତ୍ମାଙ୍କ ରକ୍ଷା କବଚ। ସମସ୍ତ ବନ୍ଧନରୁ ମୁକ୍ତ ହେବା ପାଇଁ ମନ ଓ ବୁଦ୍ଧିକୁ ଶୁଦ୍ଧ ଓ ପବିତ୍ର ରଖିଲେ ଆମେ ସମସ୍ତ ସମସ୍ୟାରୁ ନିଜକୁ ରକ୍ଷା କରିପାରିବା ବୋଲି ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭଦ୍ରକ ମଠସାହିସ୍ଥିତ ଶିବଶକ୍ତି ଭବନ ଠାରେ ଦାଦୀ ପ୍ରକାଶମଣିଙ୍କ ୧୧ତମ ପୂଣ୍ୟ ସ୍ମୃତି ଦିବସ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲା ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ କୁମାର ରାୟ, ଧାମନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର କୁମାର ଦାସ, ବରିଷ୍ଠ ଅଧିବକ୍ତା ନିରାକାର ଜେନା, ଡା. ମୀରା ପତି, ଡା. ଆନନ୍ଦ ପତି, ଡା. ବ୍ରହ୍ମାକୁମାର ସୁରଥ ବିଶ୍ୱାଳ, ଡା. ରବିନ୍ଦ୍ର ଓଝା ତଥା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଭଦ୍ରକ ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦାଦୀ ପ୍ରକାଶମଣିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବ୍ରହ୍ମାକୁମାରୀ ମଂଜୁ ଭଉଣୀ ଦାଦୀ ପ୍ରକାଶମଣିଙ୍କ “ବିଶ୍ୱ ବନ୍ଧୁତ୍ୱ” ଭାବନାକୁ ସମସ୍ତଙ୍କ ନିକଟରେ ବାଣ୍ଟିଥିଲେ। ନିଜ ପରିବାର ମଧ୍ୟରେ ଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ବା ବନ୍ଧୁତ୍ୱ ସ୍ଥାପନ ହେଲେ ବିଶ୍ୱ ବନ୍ଧୁତ୍ୱ ସ୍ଥାପନ ହେବ ବୋଲି ଅଧିବକ୍ତା ନିରାକାର ଜେନା ପ୍ରକାଶ କରିତôଲେ। ଡା. ଓଝା ଏହି ଅବସରରେ ନିଜର ଏକ ସ୍ୱରଚିତ କବିତା ପାଠ କରିଥିବାବେଳେ ବ୍ରହ୍ମାକୁମାର ସୌଭାଗ୍ୟ ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ରାଜଯୋଗର ଅନୁଭୂତି କରାଇଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ସକରାତ୍ମକ ଚିନ୍ତନ ଦ୍ୱାରା ସମସ୍ତ ପରିବର୍ତ୍ତନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ଶେଷରେ ମଂଜୁ ଭଉଣୀ ସମସ୍ତଙ୍କୁ ପରମାତ୍ମାଙ୍କ ରାକ୍ଷୀ ବାନ୍ଧି ବରଦାନ କାର୍ଡ ପ୍ରଦାନ କରି ମିଷ୍ଠାନ ଖୁଆଇଥିଲେ। ବ୍ରହ୍ମାକୁମାର ଇଂଜିନିୟର ପ୍ରଶାନ୍ତ ମଲ୍ଲ ଧନ୍ୟବାଦ ଅର୍ପଣ କରିବା ପରେ ସମସ୍ତେ ଈଶ୍ୱରୀୟ ପ୍ରସାଦ ସେବନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top