ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ , ଉଦ୍ଧାର ପାଇଁ ସ୍ତ୍ରୀ ର ଆକୁଳ ନିବେଦନ

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ , ଉଦ୍ଧାର ପାଇଁ ସ୍ତ୍ରୀ ର ଆକୁଳ ନିବେଦନ
ପାଟଣା,ତା୦୪/୦୩(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ପଞ୍ଚାୟତ ଶରଧାପୁର ଗ୍ରାମର ଭରତ ଚନ୍ଦ୍ର ନାଏକ(୪୬) ଗତ ୨୩ତାରିଖ ରାତି ସାଢେ ୮ଟାରେ ତାମିଲନାଡୁ ରାଜ୍ୟ ଚେନ୍ନାଇ ସନ୍ନିକଟ ଅଙ୍ଗେଲ ନାମକ ସ୍ଥାନରୁ କୁଆଡେ ନିଖୋଜ ହୋଇଯାଇଥିବାରୁ ସ୍ୱାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଶରଧାପୁର ଗ୍ରାମର ଅମୃତି ନାଏକ ତୁରୁମୁଙ୍ଗା ଥାନାରେ ଲିଖିତ ଅନୁରୋଧ ଜଣାଇଛନ୍ତି । ଖବର ଅନୁଯାୟୀ ଶରଧାପୁର ଗ୍ରାମର ଭରତ ଚନ୍ଦ୍ର ନାଏକ(୪୬) ଗତ ଫେବୃୟାରୀ ୨୦ତାରିଖ ନିଜ ସଂପର୍କୀୟ ପୁତୁରା ଟୁକୁନା ନାଏକ ଓ ଅନ୍ୟ ଜଣକ ସହ ମିଶି କାମଧନ୍ଦା ଅନ୍ୱେଷଣରେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ଭୁବନେଶ୍ୱରରୁ ସେମାନେ ଚେନ୍ନାଇ ଯାଇଥିବାବେଳେ ୨୩ତାରିଖ ରାତି ସାଢେ ୮ଟା ସମୟରେ ଅଙ୍ଗେଲ ନାମକ ସ୍ଥାନରୁ ସ୍ୱାମୀ ଭରତ ନାଏକ ନିଖୋଜ ହୋଇଥିବା ଅମୃତି ଥାନାରେ ଅଭିଯୋଗ କରିଥିବାରୁ ଭରତ ଚନ୍ଦ୍ର ନାଏକଙ୍କୁ ଉଦ୍ଧାର ପାଇଁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *