ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଚଂପୁଆ ୧୦ ମଇ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଦାଦନ ଖଟିବାକୁ ସୂଦୁର ରାୟପୁର ଯାଇ ଚଂପୁଆ ଥାନା ଅନ୍ତର୍ଗତ ଗୋଧୂଳି ଗାଁର ଅନାମ ନାଏକ ନିଖୋଜ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ସହକାରୀ ଶ୍ରମ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ୧ ତାରିଖରେ ସେହି ଗାଁର ଅଖିଳ ନାଏକଙ୍କ ସହିତ ଅନାମ ରାୟପୁର ବାହାରିଥିଲେ। ରାୟପୁର ପହଁରିବା ପରେ ଅଖିଳ ଅନାମକୁ ଏକ ଛକ ସ୍ଥାନରେ ଛାଡ଼ି କୌଣସି ଆଡେ ଯାଇଥିଲାା ସେଠାରୁ ଫେରି ଅନାମକୁ ନପାଇ ତାଙ୍କ ଘର ଲୋକଙ୍କୁ ଖବର ଦେବାରୁ ଘର ଲୋକେ ରାୟପୁର ଯାଇ ଖୋଜାଖୋଜି କରି ନପାଇ ବାଧ୍ୟହୋଇ ଶ୍ରମ ବିଭାଗର ଦ୍ବାରସ୍ଥ ହୋଇଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *