ଜଗତସିଂହପୁର

ଦାଇଁଲୋ ସେବା ସମବାୟ ସମିତି : ଦୂର୍ନିତୀ ଖୋର ସମ୍ପାଦକଙ୍କୁ ବହିଷ୍କାର

ତିର୍ତ୍ତୋଲ୨୨/୦୮(ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳରେ ଥିବା ତିନୋଟି ପଞ୍ଚାୟତକୁ ନେଇ ଗଠିତ ଦାଇଁଲୋ ସେବା ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକଙ୍କ ଦୁର୍ନିତୀର ଲମ୍ବା ତାଲିକା ବଢ଼ିବାରେ ଲାଗିଛି। ଏହି ସମବାୟ ସମିତିର ସମ୍ପାଦକ କାର୍ଯ୍ୟ ତୁଲାଉଥିବା ଗଗନ ବିହାରି ସ୍ୱାଇଁଙ୍କ ପିତା ସାଧୁ ଚରଣ ସ୍ୱାଇଁ ଏହି ସମବାୟ ସମିତିର ସମ୍ପାଦକ ଥାଇ ବ୍ୟାପକ ଦୂର୍ନିତୀ କରିବା କାରଣରୁ ୧୯୯୪ ମସିହାରେ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟଙ୍କ ଦ୍ୱାରା କେଶ୍ ନଂ ଓ.ଜେ.ସି. ୧୪୦୩/୯୪ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାସ୍ୱତେ ଜଣେ ଦୋଷି ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପୁଅ ଗଗନ ବିହାରି ସ୍ୱାଇଁ କୌଶଳ କରି ଏହି ସମବାୟ ସମିତିର ସମ୍ପାଦକ ହୋଇପାରିଥିଲେ। ଚାଷୀ ମାନଙ୍କୁ ଋଣ କରାଇଦେବା ଆଳରେ ଅର୍ଥ ଆଦାୟ କରିବା, ଲାଞ୍ଚଦେବାକୁ ମନାକରୁଥିବା ଚାଷୀଙ୍କୁ ନାନାଭାବରେ ହଇରାଣ ହରକତ କରିବା, ମଣ୍ଡିରେ ଧାନ ଦେବାପାଇଁ ଉପଯୁକ୍ତ ଚାଷୀଙ୍କୁ ପଞ୍ଜିକରଣ କରାଇନଦେବା, ସମିତର ସଭା ପୁସ୍ତକରେ ବହୁଯାଗାରେ ସଭାପତିଙ୍କ ସ୍ୱକ୍ଷରକୁ ଜାଲ କରିବା, ସଭାପତିଙ୍କ ବିନା ଅନୁମୋଦନରେ ବିଭିନ୍ନ ଖର୍ଚ୍ଚ ବିଲ୍ ନିଜେ ପାସ୍ କରାଇନେବା ଭଳି ଅଭିଯୋଗ ସମ୍ପାଦକ ଗଗନ ବିହାରି ସ୍ୱାଇଁଙ୍କ ନାମରେ ରହିଛି। ଧାନ ମଣ୍ଡିରେ ଅଣ ଚାଷୀଙ୍କୁ ଧାନ ଦେବାପାଇଁ ସୁଯୋଗଦେଇ ସେମାନଙ୍କ ଠାରୁ ୨ ଶହ ଟଙ୍କା ଲେଖାଁଏ ଆଦାୟ କରିବା, ନିଜେ ଓ ନିଜ ପୁତୁରାଙ୍କ ନାମରେ ପୃଥକ ପୃଥକ ଧାନଦେବା ପାଇଁ ନାମ ପଞ୍ଜିକରଣ କରିବା, ବର୍ତ୍ତମାନ ନିର୍ମାଣ କରାଯାଉଥିବା ସମିତି ଗୃହର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରି ଅର୍ଥ ଆତ୍ମସାତ କରିବା, ସମବାୟ ଆପଣଙ୍କ ଦ୍ୱାର ଦେଶରେ କାର୍ଯ୍ୟକ୍ରମକୁ ଚାଷୀ ଓ ସଭ୍ୟମାନଙ୍କ ଅଗୋଚରରେ ନିଜ ମନମାଫିକ୍ କରାଇ କାଗଜ ପତ୍ର ପ୍ରସ୍ତୁତି କରିବାଭଳି ବେନିୟମ କାର୍ଯ୍ୟ କରିବା ସହିତ ସଭାପତିଙ୍କ ବିନା ଅନୁମୋଦନରେ ସମବାୟ ସମିତିର ସମ୍ପାଦକ ଓ କର୍ମଚାରୀଙ୍କ ଦରମା କରାଇନେବା ଭଳି କାର୍ଯ୍ୟ କରିଚାଲିଥିବା ଏହି ସମ୍ପାଦକଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟ ଓ ଦୁର୍ନିତୀର ଲମ୍ବା ତାଲିକା ବଢ଼ିଚାଲିଥିବାବେଳେ ସୋମବାର ତା ୨୦.୮.୨୦୧୮ରିଖରେ ଦାଇଁଲୋ ସେବା ସମବାୟ ସମିତିର କର୍ମକର୍ତ୍ତା, ସଭ୍ୟମାନେ ଏକ ଜରୁରୀ କାଳୀନ ବୈଠକରେ ସମ୍ପାଦକ ଗଗନ ବିହାରି ସ୍ୱାଇଁଙ୍କୁ ସମ୍ପାଦକ ପଦରୁ ବହିସ୍କାର କରିଛନ୍ତି। ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ଦୂର୍ନିତୀର ଲମ୍ବାତାଲିକା ସମ୍ପର୍କରେ ସମିତି ପକ୍ଷରୁ ସଭାପତି ନରେନ୍ଦ୍ର କୁମାର ସାହୁ, କ୍ଷୀରୋଦ କୁମାର ଜେନା, ନିରଞ୍ଜନ ଦାସ, ଶ୍ରୀମନ୍ତ ସାହୁ, ବିଶ୍ୱନାଥ ପଣ୍ଡା, ବସନ୍ତ ଭୋଇ, ବିନୋଦ ବିହାରି ଶତପଥି, ତ୍ରିଲୋଚନ ବେହେରା, ପ୍ରମୋଦ ବେହେରା, ସୁରେନ୍ଦ୍ର ନାଥ ସାହୁ, ସୁବାଷ ଜେନା, ରାମ ଚନ୍ଦ୍ର ସାହୁ ପ୍ରମୁଖ ଜଗତସିଂହପୁର ଜିଲ୍ଲାପାଳ, କଟକ ଡ଼ି.ଆର.ସି.ଏସ., ଡ଼ିଭିଜନ -୨, ରେଜିଷ୍ଟର ଅଫ କୋ-ଅପରେଟଇଭ୍ ସୋସାଇଟି, ଓଡ଼ିଶା. ଭୁବନେଶ୍ୱର, ଆଶିଷ୍ଟାଣ୍ଡ ରେଜିଷ୍ଟାର କୋ-ଅପରେଟିଭ୍ ସେସାଇଟି, ଜଗତସିଂହପୁର ସର୍କଲଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଟାନ ନିମନ୍ତେ ପ୍ରେରଣ କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଦାଇଁଲୋ ସେବା ସମବାୟ ସମିତିର ସମ୍ପାଦକ ଶ୍ରୀ ସ୍ୱାଇଁ ଏଭଳି ଅଭିଯୋଗ କପୋଳକଳ୍ପିତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏ ସମ୍ପର୍କରେ ଆଶିଷ୍ଟାଣ୍ଡ ରେଜିଷ୍ଟାର କୋ-ଅପରେଟିଭ୍ ସେସାଇଟି, ଜଗତସିଂହପୁରର ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ ଅଭିଯୋଗ ପାଇଛନ୍ତି ଓ ବୋର୍ଡ଼ର ସମ୍ପାଦକଙ୍କୁ ବହିଷ୍କାର କରିବାର କ୍ଷମତା ରହିଛିବୋଲି କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top