ଦହ୍ୟା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ୟାପିତ

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧବ୍ଲକ ଅନ୍ତର୍ଗତ ଦହ୍ୟା ଜୀବନ ବିକାଶ କଲେଜ ପଡିଆଠାରେ ଚାଲିଥିବା ଜେସିସି କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଛି। ଟୁର୍ଣ୍ଣାମେଂଟ୍ ର ଫାଇନାଲ ଖେଳ ଆୟୋଜକ ଜେସିସି ଓ ଏଲ ଏସ ସିସି ବାଉଁଶୁଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ଏହି ଖେଳରେ ଦହ୍ୟାର ଜେସିସି ଦଳ ବିଜୟୀ ହୋଇ ଚଂମ୍ପିଆର ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଶିବଶଙ୍କର କର୍ଣ୍ଣ ଓ ସମ୍ମାନିତ ଅତିଥି ଭାବରେ ବାବୁଲା ମଲିକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଫାଇନାଲ ଖେଳକୁ ଅମ୍ପାୟାର ଭାବରେ ମହେନ୍ଦ୍ର ମେହେର ଓ ବିଭୁଦତ ସାହୁ ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ଟିକେଶ୍ୱର ମେହେର ଦାୟିତ୍ୱ ତୁଲାଇଥିଲେ। ଅଭୟ ଜଗଦଲା ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ଭରତ କର୍ଣ୍ଣ, ସରୋଜ ଦଣ୍ଡସେନା, ଲବ ପ୍ରଧାନ, ଶିବୁ ସାହୁ, ଜୟଶ୍ୱର ଦଣ୍ଡସେନା, ରଂଜନ ସାହୁ, ଭୀଷ୍ମ ପ୍ରଧାନ ପ୍ରମୁଖ ଟୁର୍ଣ୍ଣାମେଂଟ୍ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *