କେନ୍ଦ୍ରାପଡ଼ା

ଦସିପୁର ପଂଚାୟତର ଖାଉଟିମାନଙ୍କୁ ବକେୟା ଖାଉଟି ସାମଗ୍ରୀ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ସରପଂଚ

କେନ୍ଦ୍ରାପଡା ୧୩/୬(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) -କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକର ଦସିପୁର ପଂଚାୟତର ଖାଉଟିମାନେ ଖାଉଟି ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ମାର୍ଚ୍ଚମାସ ୧୨ତାରିଖରେ ଅନଶନରେ ବସିଥିଲେ। ମାର୍ଚ୍ଚମାସ ୧୫ତାରିଖରେ ଜିଲ୍ଲାପାଳ ଅନଶନସ୍ଥଳକୁ ଯାଇ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଆଗାମୀ ମାସଠାରୁ ପଂଚାୟତରେ ଖାଉଟି ସାମଗ୍ରୀ ମିଳିବା ସହିତ ବକେୟା ଥିବା ଖାଉଟି ସାମଗ୍ରୀ ୨ମାସ ମଧ୍ୟରେ ପ୍ରଦାନ କରାଯିବ। କିନ୍ତୁ ଏହାମଧ୍ୟରେ ଦୁଇମାସରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ସପୃକ୍ତ ବ୍ଲକର ଯୋଗାଣ ନିରୀକ୍ଷକ ଏସମ୍ପର୍କରେ କୈାଣସି ପଦକ୍ଷେପ ନେଉନଥିବା ପଂଚାୟତର ସରପଂଚ ବାସନ୍ତୀ ବେହେରା ଓ ସମିତିସଭ୍ୟ ବିବେକାନନ୍ଦ ଦାସ ଆଜି ଜିଲ୍ଲାପାଳ ରଘୁଜୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ବକେୟା ଖାଉଟି ସାମଗ୍ରୀ ନପାଇବାରୁ ସାଧାରଣ ଖାଉଟିମାନଙ୍କ ମଧ୍ୟରେ ଦିନକୁଦିନ ଅସନ୍ତୋଷ ବଢିବାରେ ଲାଗିଛି ବୋଲି ସେମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top