ଦଶୀପୁର ପଂଚାୟତବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡା ୧୨/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି, ଖାଉଟିକାର୍ଡ ହିତାଧିକାରୀମାନେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁଜୀଙ୍କୁ ଭେଟି ଦଶୀପୁର ପଞ୍ଚାୟତରେ ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଓ ଆଳି ଥାନା ଅଧିକାରୀଙ୍କ ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଫେବୃଆରୀ ମାସ ୨୭ତାରିଖରେ ନୋଟିସ ପ୍ରଦାନ କରିଥିଲେ । ଦଶୀପୁର ଗ୍ରାମର ପୂର୍ବତନ ଡିଲର ରବିନ୍ଦ୍ର ମଲ୍ଲିକଙ୍କଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ଖାଉଟି ସାମଗ୍ରୀ ହଡପ ହୋଇଥିବା ଅଭିଯୋଗରେ ଗତ ୨୦୧୭ ମସିହା ନଭେମ୍ବର ମାସ ୭ତାରିଖ ଦିନ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ନିଲମ୍ବିତ ହୋଇଥିଲେ ମଧ୍ୟ ୩ମାସ ପରେ ବି ଖାଉଟି ମାନଙ୍କୁ ହଇରାଣ କରିବା ଉଦେ୍ଦଶ୍ୟରେ ଦେମାଳ ପଞ୍ଚାୟତର ଗିରିବନ୍ଧ ଡିଲରଙ୍କୁ ଏହି ପଞ୍ଚାୟତର ଖାଉଟି ସାମଗ୍ରୀ ପ୍ରଦାନ ପାଇଁ ଟ୍ୟାଗ୍ କରାଯାଇଛି । ଖାଉଟିମାନେ ଖରସ୍ରୋତା ନଦୀଘାଟ ପାର ହୋଇ ୩କିଲୋମିଟର ରାସ୍ତା ଅତିକ୍ରମ କରି ଖାଉଟି ସାମଗ୍ରୀ ଆଣିବାରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଦରଖାସ୍ତକାରୀମାନେ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଓା୍ୱଧା କମିଟି ରିପୋର୍ଟ ଅନୁଯାୟୀ ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରାଇଭେଟ୍ ଡିଲର ଉଚ୍ଛେଦ କରାଯାଇ ଗ୍ରାମ ପଂଚାୟତ କିମ୍ବା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଖାାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ତାରିଖ ପରେ ବାକିଥିବା ଜିଲ୍ଲା ଗୁଡିକରେ ପ୍ରାଇଭେଟ୍ ଡିଲର ବ୍ୟବସ୍ଥାର ଉଚ୍ଛେଦ କରିବା ପାଇଁ ସରକାରୀ ନିଦେ୍ର୍ଦଶ ଥିବାବେଳେ କେନ୍ଦ୍ରାପଡାର ଜିଲ୍ଲା ପ୍ରଶାସନ ଶାସକ ଦଳର ନେତାଙ୍କ ହାତବାରିସି ସାଜି ଏହି ବ୍ୟବସ୍ଥାକୁ ଲାଗୁ କରାଇ ନଦେବାକୁ ଷଡଯନ୍ତ୍ର ଚଳାଇଥିବା ଦରଖାସ୍ତକାରୀମାନେ ଅଭିଯୋଗ କରିଛନ୍ତି । ଦଶୀପୁର ପଂଚାୟତର ଡିଲରଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ ତାଙ୍କ ଲାଇସେନ୍ସକୁ ଏପର୍ଯ୍ୟନ୍ତ ରଦ୍ଧ କରାଯାଇନାହିଁ । ଲୋକଙ୍କୁ ନଦୀପାର ହୋଇ କଣ୍ଟ୍ରୋଲ ସାମଗ୍ରୀ ଆଣିବା ପାଇଁ ହଇରାଣ କରି ନିଲମ୍ବିତ ଡିଲରଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି । ଦଶୀପୁର ପଂଚାୟତ ସଭାପତି ଦଶୀପୁର ଗ୍ରାମର ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶ ଆଳି ବ୍ଲକର ବିଡିଓଙ୍କ ଠାରୁ ଦଶୀପୁର ଖାଉଟି ସାମଗ୍ରୀ ବିଷୟରେ ବୁଝି ଫେରିବା ସମୟରେ ଲୋକାପଡା ଗ୍ରାମର ଚିରଞ୍ଜିବି ଦାସ ଓ ତାଙ୍କ ସାଙ୍ଗ ବିବେକାନନ୍ଦକୁ ବାଟରେ ଅଟକାଇ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିବାର ଆଳି ଥାନା ଅଧିକାରୀଙ୍କୁ ଗତ ଜାନୁଆରୀ ମାସ ୩୦ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ସେହି ଅଭିଯୋଗ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଦଶିପୁର ପଞ୍ଚାୟତ ବାସି ଅନଶନରେ ବସି ରହିଛନ୍ତି । ସରପଞ୍ଚ ବାସନ୍ତି ବେହେରା,. ବିବେକାନନ୍ଦ ଦାଶ, ରବିନାରାୟଣ ବେହେରା, ପ୍ରମୋଦ ପଣ୍ଡା, ବିଚିତ୍ର ମଲ୍ଲିକ, ହୃଷିକେଶ ସେଠୀ, ସୁଧାଶୁଂ ଶେଖର ଦାସ, ଶରତ ଦାସ, ମନୋରମାା ଦାସ, ସୁବାସ ମଲ୍ଲିକ, ଲକ୍ଷ୍ମୀଧର ମଲ୍ଲିକ, ମଦନ ଓଝା, ଆରତି ବେହେରା, ଅମୁଲ୍ୟ ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲିକ ପ୍ରମୁଖ ପଂଚାୟତବାସୀମାନେ ଅନଶନରେ ବସି ରହିଥିବା ଦେଖାଯାଇଛି । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅନଶନସ୍ଥଳକୁ କୈାଣସି ସରକାରୀ ଅଧିକାରୀ ଆସିନଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *