କେନ୍ଦ୍ରାପଡ଼ା

ଦଶିପୁର ପଞ୍ଚାୟତବାସୀ ଅନଶନରୁ ଉଠିଲେ

କେନ୍ଦ୍ରାପଡା ୧୬/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତବାସୀ ଗତ ସୋମବାର ଠାରୁ ଖାଉଟି ସାମଗ୍ରୀ ଯୋଗାଣରେ ଅନିୟମିତତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଥିଲେ । ନିଲମ୍ବିତ ଡିଲର ଚଞ୍ଚକତା କରି ଖାଉଟି ମାନଙ୍କୁ କମ ପରିମାଣର ଚାଉଳ ଓ ଗହମ ଦେଇଥିବା ବେଳେ କମ୍ପ୍ୟୁଟର ରସିଦରେ ଖାଉଟି ସାମଗ୍ରୀର ସଠିକ ପରିମାଣ ଉଲ୍ଲେଖ ରହିଛି । କିରୋସିନ ତେଲ ପ୍ରାୟ ୫ମାସ ଧରି ଦେଇନାହିଁ । ଏହିସବୁ ଅନିୟମିତତା ବିରୋଧରେ ସେମାନେ ଅନଶନରେ ବସିଥିଲେ । ଜିଲ୍ଲାପାଳ ରଘୁଜୀଙ୍କ ସହିତ ଆଳି ବିଧାୟକଙ୍କ ଉପସ୍ଥିତିରେ ଅନଶନକାରୀଙ୍କ ସହିତ ଆଲୋଚନା ହେବା ପରେ ଏହି ଅନଶନକୁ ପ୍ରତ୍ୟାହାର କରିନିଆଯାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ପ୍ରତିଶୃତି ଅନୁ୍ୟାଇ ଦଶିପୁର ପଞ୍ଚାୟତକୁ ଟ୍ୟାଗିଂ କରାଯାଇଥିବା ଡିଲର ପ୍ରତ୍ୟେକ ମାସର ଖାଉଟି ସାମଗ୍ରୀ ଦଶିପୁର ପଞ୍ଚାୟତ କାର୍ଯ୍ୟାଲୟରେ ବଣ୍ଟନ କରିବେ ଏବଂ ପୂର୍ବରୁ ବକେୟା ଥିବା ଖାଉଟି ସାମଗ୍ରୀ ଦୁଇମାସ ମଧ୍ୟରେ ଖାଉଟିଙ୍କୁ ପ୍ରଦାନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top