ଦଶହରାରେ ଖଣ୍ଡା ସାଧନ

ପାରଳାଖେମୁଣ୍ଡି,୨ା୧୦(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସହର ଠାରେ ପବିତ୍ର ଦଶହରା ଅବସରରେ ପୁରୁଣା ପରମ୍ପରା ଅନୁସାରେ ଖଣ୍ଡା ସାଧନ କାର୍ଯ୍ୟକ୍ରମ ହୋଇଥିବାର ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ସହରରେ ପବିତ୍ର ଦଶହରା ଅବସରରେ ଓଡିଆ ପାରଳା ସାହି, ବେବର୍ତ୍ତା ସାହି, ତେଲି ସାହି, କଟିକା ସାହି ଓ ସେର ସାହି ପରି ବିଭିନ୍ନ ସ୍ଥାନରେ ଗଜପତି ଜିଲାର ମହାରାଜାଙ୍କ ଅମଳରୁ ସାହି ସାହିରେ ଦଶହରା ପର୍ବରେ ମାଁ ଦୁର୍ଗାଙ୍କୁ ଆରଧନା କରାଯାଇ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ସାଧନ କରିବା ସକାଶେ ବ୍ୟବହାର କରାଯାଉଥିବା ଖଣ୍ଡା ଗୁଡିକୁ ପୁଜାର୍ଚ୍ଚନା କରି ଦଶହରା ସେହି ଖଣ୍ଡାକୁ ପାଇକମାନେ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିଥାନ୍ତି । ପୂର୍ବରୁ ଓଡିଆ ପାଇକମାନଙ୍କ ସକାଶେ ପାଇକ ଆଖାଡା କରାଯାଇ ଲୋକମାନଙ୍କୁ ସେମାନଙ୍କ କୌଶଳ ପୂର୍ଣ୍ଣ, ସାହାଶ ଓ ବିରତ୍ୱର ଯୁଦ୍ଧ ବିଦ୍ୟା ତାଲିମ ଦିଆଯାଉଥିଲା । ସେମାନଙ୍କ ଅସ୍ତ୍ର ଥିଲା ଖଣ୍ଡା, କଟାରି, ଢାଲ, ତୀର, ଧନୁ ବାଟୁଳିଖଡା ଏଗୁଡିକୁ ସେମାନେ ସବୁ ଆଖାଡା ଗୃହରେ ରଖି ଆଜିର ପବିତ୍ର ଅବସରରେ ପୂଜା କରିବା ପାଇଁ ଅପରାହ୍ନ ସମୟରେ ସେହି ଅଞ୍ଚଳର ଯୁବକମାନଙ୍କ ଦ୍ୱାରା ଖଣ୍ଡା ସାଧନ କାର୍ଯ୍ୟକ୍ରମମାନ କରାଯାଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *