ଅପରାଧ

ଦଶଦିନ ପରେ ମଧ୍ୟ ନାବାଳିକା ର ମୃତ୍ୟୁ ସନ୍ଧେହ ଘେରରେ , ଫିଟିଲାନି ମୃତ୍ୟୁ ର ରହସ୍ୟ

ଢେଙ୍କିକୋଟ, ତା୧୬/୦୯(ଓଡ଼ିଆ ପୁଅ /ବିରେନ୍ଦ୍ର କୁମାର) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଠାରୁ ମାତ୍ର ୨ କିମି ଦୂର ୨୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱ ଟିକିରା ଶିବମନ୍ଦିର ନିକଟରେ ଜଣେ ୧୭ ବର୍ଷ ବାଳିକାକୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଏକ ଗଛରେ ଓଢ଼ଣୀ ସହ ବାନ୍ଧି ଝୁଲାଇ ଦିଆଯାଇଛି । ହତ୍ୟାର ୧୦ ଦିନ ପରେ ମଧ୍ୟ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ପାଟଣା ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯାଇଥିଲେ ସୁଦ୍ଧା ରିପୋର୍ଟ ଆସିନଥିବା କହି ପୋଲିସ ଘଟଣାକୁ ଏଡାଇ ସହ ଢେ଼ଙ୍କିକୋଟ ପୁଲିସ୍ ଆସାମୀକୁ ଧରିବା ପାଇଁ ଅଗ୍ରସର ହେଉନଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟଯେ ନିକଟସ୍ଥ ନୁସୁରିପଣୀ ଗ୍ରାମର ଦଶରଥ ପଲେଇଙ୍କ ଝିଅ ଅନୁପମା ପଲେଇ(୧୭)ନିଜ ମାମୁଁଘର ଟିକିରାକୁ ଆସି ନିଖୋଜ ହୋଇଯାଇଥିଲେ । ତେବେ ଗତ ୬ ତାରିଖ ସଂନ୍ଧ୍ୟା ରେ ଅନୁପମାଙ୍କ ମୃତ ଶରୀର ଏକ ଗଛରେ ଝୁଲୁଥିବା ଅବସ୍ଥାରେ ପୁଲିସ୍ ଜବତ କରିଥିଲା । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡୁଥିବା ବେଳେ ଘଟଣା ଘଟିବାର ୧୦ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିବାଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ମୃତ ନାବାଳିକାର ଭଉଣୀ ରଶ୍ମିତା ପଲେଇ ଜଣେ ପୂଜକର ପୁଅ ତା’ ଭଉଣୀ ହତ୍ୟା କେସରେ ସମ୍ପୃକ୍ତ ଥିବା ସନ୍ଧେହ କରି ଢେ଼ଙ୍କିକୋଟ ଫାଣ୍ଡିରେ ଏକ ଏତଲା ଦେଇଥିବା ଜଣାପଡିଛି । ତେବେ ପୁଲିସ୍ କେଶକୁ ଗୁରୁତର ସହ ବିଚାର କରି ତୁରନ୍ତ ଦୋଷୀ କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଙ୍କ ନିକଟରେ ମୃତକର ପରିବାର ପକ୍ଷରୁ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top