ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୟାଗଡ ଜିଲ୍ଲାର ୩ ଜଣଙ୍କୁ ଦଳୀୟ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ

– କେନ୍ଦୁଝର ଜିଲ୍ଲାର ଅଖିଳ କୁମାର ପାତ୍ରଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ

ଭୁବନେଶ୍ୱର, ତା ୦୫/୦୭ (ଓଡ଼ିଆ ପୁଅ) : ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନୟାଗଡ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ପ୍ରଧାନ, ପ୍ରଦୀପ ଜେନା ଓ ସ୍ନେହରଂଜନ ଦାସ ଜୟସିଂହଙ୍କୁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲାର ଶ୍ରୀ ଅଖିଳ କୁମାର ପାତ୍ରଙ୍କ ଉପରୁ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *