ଦଳିତ ମହିଳାଙ୍କୁ ନିର୍ଯାତନା: ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦେଲେ

ପୁରୀ:୧୭/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଦିନକୁ ଦିନ ଦଳିତ ମହିଳାଙ୍କ ଉପରେ ନିର୍ଯାତନା ବଢ଼ୁଥିବା ବେଳେ ପୁରୀ ପୁଲିସର ନିରବତାକୁ ନେଇ ଅସନୁଷ୍ଟ ବଢ଼ିବାରେ ଲାଗିଛି। ଏନେଇ ଜାତୀୟ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ଏସ୍ପି ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ସ୍ମାରକ ପତ୍ର ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଏସ୍ପିଙ୍କ ଜରିଆରେ ପ୍ରଦାନ କରାଯାଇଛି। ଏଥିସହ ଦଳିତ ମହିଳାଙ୍କ ନିର୍ଯ୍ୟାତନା ଘଟଣାର ଏତଲା ରଖୁନଥିବା ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମହାସଂଘ ଦାବି କରିଛି। ସଂଘ ଅଭିଯୋଗ କରିଛି ଯେ ନିମାପଡା ଥାନାରେ ହୋମଗାର୍ଡ ଥିବା ମନୋରମା ବେହେରାକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ସରୋଜ ପରିଡା ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସର୍ମ୍ପକ ରଖିଥିଲା। ପରେ ବିବାହ ପଛରେ କରିବା କଥା କହି ମନୋରମାଙ୍କୁ ଗର୍ଭପାତ କରାଇଥିଲା। କେବଳ ସେତିକି ନୁହେଁ ମନୋରମାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ମଧ୍ୟ ଯୁବକ ଜଣକ ନେଇଯାଇଛି। ଏହି ସବୁ ଘଟଣା ସମ୍ପର୍କରେ ନିମାପଡା ଥାନନାରେ ଏତଲା ଦେଲେ ମଧ୍ୟ ପୁଲିସ ତାକୁ ରଖୁନାହିଁ। କେବଳ ସେତିକି ନୁହେଁ ପିପିଲି ଅଞ୍ଚଳରେ ରହୁଥିବା ନିରୁପମା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅସଦାଚରଣ ଶୀକାର ହୋଇ ପିପିଲି ଥାନାକୁ ଯାଇଥିଲେ ମଧ୍ୟ ଏତଲା ରଖାଯାଉନାହିଁ। ଏଣୁ ତୁରନ୍ତ ପୁଲିସ ଡିଜି ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି କରିବା ପାଇଁ ସଂଘ ଦାବି କରିଛି।

Leave a Reply

Your email address will not be published. Required fields are marked *