ଦଳିତ ମହାସଂଘ ତିର୍ତ୍ତୋଲ ପକ୍ଷରୁ ରାସ୍ତାରୋକ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦ୍ୱୀପ ରାସ୍ତାର କଲରାପାଟ ନିକଟରେ ଜାତୀୟ ଦଳିତ ମହାସଂଘ ତିର୍ତ୍ତୋଲ ଶାଖା ତରଫରୁ ରାସ୍ତାରୋକ କରାଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟଙ୍କ କ୍ରିମିନାଲ୍ ଅପିଲ୍ ନଂ ୪୧୬/୨୦୧୮କୁ ନେଇ ପ୍ରତିବାଦ ସ୍ୱରୂପ ଆଜି ଦଳିତ ମହାସଂଘ ତରଫରୁ ରାସ୍ତାରୋକ କରାଯାଇଥିଲା। ଏହି ଜଜ୍ ମେଣ୍ଟ୍ କୁ ପୁର୍ନଃରବିଚାର ଦାବିକରି ଏକ ଦାବିପତ୍ର ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଜରିଆରେ କେନ୍ଦ୍ରସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଜୟ କୁମାର ଘଡ଼ାଇ, ରଶ୍ମିରଂଜନ ମଲ୍ଲିକ, ତପନ କୁମାର ଦାସ, ସାଗର ଦାସ, ସ୍ମୃତି ରଂଜନ ମଲ୍ଲିକ, ସାଗର ମଲ୍ଲିକ, ସାନ୍ତନୁ କୁମାର ମଲ୍ଲିକ, ଦିଲ୍ଲିପ ଦାସ, ରବିନ୍ଦ୍ର ଦାସ, ଆଶିଷ ମଲ୍ଲିକ, ଅଶିତ୍ କୁମାର ବେହେରା, ଅମରେଶ ଦାସ, ତ୍ରିନାଥ ମଲ୍ଲିକ, ଆଲୋକ ମଲ୍ଲିକ, ବିନୋଦ ଦାସ, ରାଜେଶ ଦାସ, ବିଦ୍ୟାଧର ମଲ୍ଲିକ, ସାରଦା ମଲ୍ଲିକ, ମାନସ ମଲ୍ଲିକ, ଲିଟୁନା ମଲ୍ଲିକ, ଦିପକ ମଲ୍ଲିକ, ପ୍ରଶନଜିତ୍ ମଲ୍ଲିକ. ଜ୍ୟେତିରଂଜନ ମଲ୍ଲିକ, ଶେଖର ମଲ୍ଲିକ ପ୍ରମୁଖ ସାମିଲ୍ ଥିବା ଦେଖିବାକୁ ମଳିଥିଲା। ଏକ ଘଣ୍ଟା ଧରି ରାସ୍ତା ଅବରୋଧ ଥିବାବେଳେ ଯାନାବାହନ ଚଳାଚଳରେ ବାଧାପ୍ରାପ୍ତ ଘଟିଥିଲା। ଘଟଣାସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କଲାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *