କେନ୍ଦ୍ରାପଡ଼ା

ଦଳିତ ପରିବାରଙ୍କୁ ନିର୍ଯ୍ୟାତନା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗଞ୍ଚ

କେନ୍ଦ୍ରାପଡା ୫/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଗୋଟିଏ ଦଳିତ ପରିବାରଙ୍କୁ ନିର୍ଯ୍ୟାତନା ବିରୋଧରେ କେନ୍ଦ୍ରାପଡା ସଦରଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ଆଜି ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଗୁରୁଚରଣ ଜେନାଙ୍କ ପତ୍ନୀ ପ୍ରମିଳା ଜେନାଙ୍କ ଏକ ଛେଳିଛୁଆ ପଡୋଶୀ ହୃଷିକେଶ ସ୍ୱାଇଁଙ୍କ ବାଡିକୁ ପଶିଯିବାରୁ ଶ୍ରୀସ୍ୱାଇଁଙ୍କ ସମେତ ତାଙ୍କ ପତ୍ନୀ ଏବଂ ଦୁଇ ପୁଅ ହାତରେ ମାରଣାସ୍ତ୍ର ଧରି ପ୍ରମିଳାଙ୍କ ଘର ଆଡକୁ ଦୈାଡି ଆସି ଜାତିଗତ ଆକ୍ଷେପ କରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଦେଇଥିଲେ। ଏବଂ ପ୍ରମିଳାଙ୍କ ପରିବାରକୁ ଜୀବନରେ ମାରିଦେବାପାଇଁ ଧମକ ଦେଇଥିଲେ। ଏ ସଂପର୍କରେ କେନ୍ଦ୍ରାପଡା ସଦରଥାନାରେ ପ୍ରମିଳା ଅଭିଯୋଗ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଥାନା ପକ୍ଷରୁ ଗ୍ରହଣ କରାନଯିବାରୁ ଆଜି ସପରିବାର ପ୍ରମିଳା ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏ ସଂପର୍କରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top