ବାଘ ଭୟ! ଦଳହୀ ଗ୍ରାମରେ ବାଘ ଆତଙ୍କ

ଖଡିଆଳ/ନୂଆପଡା ୩/୬ (ଓଡ଼ିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସଦର ବ୍ଳକ ଡୁମେରପାଣି ପଞ୍ଚାୟତ ଅନ୍ତର୍ଗତ ଦଳହୀ ଗ୍ରାମରେଗତ କିଛି ଦିନ ଧରି ବାଘ ଆତଙ୍କ ଦେଖାଦେଇଛି। ଗ୍ରାମକୁ ଲାଗି ଥିବା ଗ୍ରାମ୍ୟ ଜଙ୍ଗଳରେ କଳରା ପତରିଆ ବାଘ ଏବେ ଆଶ୍ରୟସ୍ଥଳୀ କରି ଗ୍ରାମର ଛୋଟ ଶିଶୁକୁ ନିଜ ଆହାର ବନାଉ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନର ବ୍ୟବଧାନ ପରେ ଏହି କଳରା ପତରିଆ ବାଘକୁ ଆଜି ଗ୍ରାମବାସୀମାନେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ପାଇଥିଲେ। ଏହି ବାଘଟି ପାହାଡ ଉପରେ ଥିବା ଏକ ମନ୍ଦିର ଉପରେ ନିଜର ଆଡ୍ଡା ବନାଇ ଗ୍ରାମବାସୀ ସହ ଗ୍ରାମର ଗୃହପାଳିତ ପ୍ରାଣୀକୁ ନଜର ରଖିଥିବା ଜଣାପଡିଛି। ବନ୍ୟ ଜଙ୍ଗଳରେ ଖାଦ୍ୟ ସରିଯାଇଥିବା ବେଳେ ପାନୀୟ ଜଳର ଘୋର ଅଭାବ ଦେଖାଯିବା କାରଣରୁ ବଣ୍ୟ ଜିବଜନ୍ତୁ ଗ୍ରାମମୁହାଁ ହେଉଥିବା ବେଲେ ହଳଦୀ ଗ୍ରାମ ଜଙ୍ଗଳକୁ ନିଜ ବାସସ୍ଥାନ କରିଥିବା ବାଘ ବର୍ତ୍ତମାନ ହଳଦୀ ଗ୍ରାମ ଉପରେ ଆତଙ୍କ ମଚାଇଅଛି। ବାଘକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇ ସ୍ଥାନୀୟ ପୋଲିସ ସହ ବନଖଣ୍ଡ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳକୁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ପରିଦର୍ଶନ କରି ପୋଲିସ ଏବଂ ବନ ବିଭାଗର ଏକ ମିଳିତ ଦଳ ପ୍ରସ୍ତୁତ କରିଛନ୍ତି। ଏହି ପ୍ରତିନୀଧି ଦଳ ଜଙ୍ଗଳରେ ଥିବା ବାଘ ଉପରେ ନଜର ରଖି ସୁରକ୍ଷିତ ଭାବରେ ବାଘକୁ ଉଦ୍ଧାର କରିବା ପାଇଁ ନିଷ୍ପତି ନେଇଛନ୍ତି। ପୋଲିସ ଏବଂ ବନ ବିଭାଗର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଗ୍ରାମବାସୀଙ୍କୁ ସଜାଗ ରହିବା ପାଇଁ ସଚେତନ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୬ ତାରିଖ ଦିନ ଏହି କଳରା ପତରିଆ ବାଘ ରାତ୍ର ସମୟରେ ଏହି ଦଳଦୀ ଗ୍ରାମକୁ ପଶି ଶୋଇଥିବା ଅବସ୍ଥାରେ ଘର ଦୁଆର ମୁହରୁ ଜଣେ ୪ ବର୍ଷର ଶିଶୁକୁ ଟେକି ନେଇ ଖାଇ ଦେଇଥିଲା। ସକାଳ ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଶିଶୁର ମୁଣ୍ଡ ଦେଖିବାକୁ ପାଇଥିଲେ। ସେହି ଦିନ ଠାରୁ ହଲଦୀ ଗ୍ରାମରେ ବାଘର ଆତଙ୍କ ଖେଲି ଯାଇଛି ଏବଂ ଗ୍ରାମବାସୀ ସବୁବେଲେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *