ଓଡ଼ିଶା

ଦଳବିରୋଧୀ କାର୍ଯ୍ୟପାଇଁ କଂଗ୍ରେସ ନେତା ଶରତବୁରୁଦାଙ୍କୁ ଦଳରୁ ୬ବର୍ଷ ପାଇଁ ବରଖାସ୍ତ

ମାଲକାନଗିରି, ୨ା୮ (ଓଡିଆ ପୁଅ ) କଂଗ୍ରେସ ଦଳରେ ରହି ଦଳବିରୋଧୀ କାର୍ଯ୍ୟ କରିବା ଓ ଦଳ ବିରୋଧରେ ଗଣମାଧ୍ୟମରେ ବିବୃତି ଦେଉଥିବାରୁ କଂଗ୍ରେସ ନେତା ଶରତବୁରୁଦାଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ର ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଗତ ଦୁଇବର୍ଷ ତଳେ ଭାଜପା ଦଳଛାଡି ଶରତ ବରୁଦା ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କିଛି ମାସ ପରେ କଂଗ୍ରେସ ଦଳ ପାଇଁ କାମ କରିବା ପରେ କୌଣସି କାରଣ ଯୋଗୁଁ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସଭା ଶୋଭା ଯାତ୍ରା, ଆନ୍ଦୋଳନ କୌଣସି ଦଳୀୟ କାର୍ଯ୍ୟରେ ଶ୍ରୀ ବୁରୁଦା ଯୋଗ ନଦେଇ କଂଗ୍ରେସ ଦଳ ବିରୋଧରେ ବିଭିନ୍ନ ଗଣ ମାଧ୍ୟମରେ ନାନା ପ୍ରକାର ବିବୃତି ଦେବା ସହିତ ବିରୋଧିଦଳ ମାନଙ୍କ କଥାରେ ପରିଚାଳିତ ହେବା ଘଟଣାରେ ଜିଲ୍ଲା କଂଗ୍ରେସ ଦଳ ଏହାକୁ ନିନ୍ଦା କରିଛି। ଆଜି ଜିଲ୍ଲା କଂଗ୍ରେସ ଦଳ ସଭାପତି ଗୋବିନ୍ଦ ପାତ୍ର ଶ୍ରୀ ବରୁଦାଙ୍କୁ ଦଳ ବିରୋଧୀ କାର୍ଯ୍ୟପାଇଁ ୬ ବର୍ଷ ନିମନ୍ତେ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରରୁ ବରଖାସ୍ତ କରିଛନ୍ତି। ଏହି ବରଖାସ୍ତ ସଂପର୍କରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ପ୍ରଦେଶ କଂଗ୍ରସ କମିଟି ସଭାପତି ନିରଜଂନ ପଟନାୟକ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ, ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରିଛନ୍ତି। ଆମେ ଶ୍ରୀ ବୁରୁଦାଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲୁ ତାଙ୍କ ସହିତ ଫୋନ ସଂପର୍କ ସଂଯୋଗ ହୋଇ ପାରିନଥିବାରୁ ତାଙ୍କର ମତା ମତ ନିଆଯାଇ ପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top