ଦର୍ପଣ ଦେଖାଇଲେ ଜିଲ୍ଲାପାଳ,ବିକଶିତ ଡ୍ୟାସବୋର୍ଡ ଅପ୍ଲିକେଶନ ଦର୍ପଣର ଶୁଭାରମ୍ଭ

ମାଲକାନଗିରି, ୭ା୭  (ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏନଆଇସି ପ୍ରକୋଷ୍ଟରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦର୍ପଣ ଦେଖାଇଛନ୍ତି । ଏହା କୌଣସି କାଚର ଦର୍ପଣ ନଥିଲା,ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଓ ସୂଚନା-ବିଜ୍ଞାନ ବିଭାଗର ଏନଆଇସି ଦ୍ୱାରା ବିକଶିତ ସପ୍ଟଓ୍ବେର ଜିଲ୍ଲାପାଳଙ୍କ ଡ୍ୟାସବୋର୍ଡ ଆପ୍ଲିକେଶନ ଦର୍ପଣ କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଶୁଭାରମ୍ଭ କରିଛନ୍ତି । ଏହିଅବସର ରେ ଓଡିଶା ଏନଆଇସି ଉପ ମହାନିର୍ଦ୍ଦେଶିକା ତଥା ରାଜ୍ୟସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ ପ୍ରତିଭା ସିଂ ଯୋଗଦେଇ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଏନଆଇସି ରାଜ୍ୟରେ କ୍ରମାଗତ ଭାବେ ସଫଳତା ହାସଲକରି ଜିଲ୍ଲାପ୍ରଶାସନର ଦକ୍ଷତା ବୃଦ୍ଧି ସହ ପ୍ରଶାସନିକ କାର୍ଯ୍ୟରେ ଏହା ସଫଳତା ଆଣିଛି । ଭାରତ ସରକାରଙ୍କ ସୂଚନା ବିଜ୍ଞାନ ଦ୍ୱାରା ବିକଶିତ ଜିଲ୍ଲାପାଳଙ୍କ ଡ୍ୟାସବୋର୍ଡ ଆପ୍ଲିକେଶନ ଦର୍ପଣ ଦ୍ୱାରା ଜିଲ୍ଲାବାସୀ ଙ୍କ ସହିତ ସମଗ୍ର ଦେଶବାସୀ ଘରେ ବସି ଇଟଂରନେଟ ମାଧ୍ୟମରେ ସହଜରେ ଜିଲ୍ଲାର ସମସ୍ତ ବିଭାଗଗୀୟ ସରକାରି ଯୋଜନା ର କାର୍ଯ୍ୟ ଓ ପ୍ରଗତୀ ର ସୁଚନା ଜାଣିପାରିବେ, ଏହି ଦର୍ପଣ ଡ୍ୟାସ ବୋର୍ଡ ଜିଲ୍ଲାପ୍ରଶାସନକୁ ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ତିଆରି କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏହି ଆପ୍ଲିକେଶନ ଜିଲ୍ଲାପ୍ରଶାସନ ଓ ଜନସାଧାରଣଙ୍କ  ସୁଚନା ଜାଣିବା କ୍ଷେତ୍ରରେ ସହଜ ହୋଇପାରିଛି, ଏବେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକାରି ହେବାପରେ ବିଜ୍ଞାନ ବହୁତ ଆଗେଇଛି ,ସରକାରି ଅଧିକାରୀ ଓ ଜନସାଧରଣଙ୍କ ନିକଟରେ ଘରେବସି କମ୍ପ୍ୟୁଟର ଲାପଟପରେ ସୁଚନା ଦେଖିବାକୁ ସମୟ ନାହିଁ, ତେଣୁ ଏହି ଆପ୍ଲିକେଶନ(ସଫ୍ଟଓ୍ବେର) ଯଦି ମୋବାଇଲ ଆପ୍ ମାଧ୍ୟମରେ ପ୍ରସାର କରାଗଲେ ଗାଁ ଗହଳଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଜିଲ୍ଲାପାଳଙ୍କ ଡ୍ୟାସବୋର୍ଡ ଆପ୍ଲିକେଶନ ଦର୍ପଣ ର ବ୍ୟବହାରକରି ଜିଲ୍ଲାର ଲୋକାଭିମୁଖୀ କାର୍ଯ୍ୟ ଓ ସୂଚନା ସହଜରେ ଜାଣିପାରିବେ ,ଖୁବ ଶିଘ୍ର ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ମନିଟର ଲଗାଯାଇ ସେଥିରେ ଜିଲ୍ଲାର ସମସ୍ତ ସୁଚନା ଜିଲ୍ଲାବାସୀଙ୍କୁ ଜଣାଇଦିଆ ଯିବ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଥିଲେ  । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାର ଏମଜିଏନଆରଇଜିଏ, ପିଏମଏଓ୍ୟାଇ,  ଜିଲ୍ଲାସ୍ୱାସ୍ଥ୍ୟବିବାଗ, ସ୍ୱଚ୍ଛଭାରତମିଶନ,ପରିବହନ ବିଭାଗ,ଏନଏସଏପି,ଏନଆରଏଲଏମ,ଜମିପଟା,ଗ୍ରୀଭେନ୍ସ ଆଦି ଜିଲ୍ଲାସ୍ତରୀୟ ବିଭାଗର ଉନ୍ନୟନ ମୂଳକକାର୍ଯ୍ୟର ସୁଚନା ଦର୍ପଣରେ ପ୍ରଦର୍ଶନ କରାଯାଇଥିଲା ।  ଏହି ଉଦଘାଟନି ଉତ୍ସବରେ ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲି,ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ,ବରିଷ୍ଟ ବୈଷୟିକ ନିର୍ଦ୍ଦେଶକ ଡାଃ ଅଶୋକକୁମାର ହୋତା,ଜିଲ୍ଲାସୂଚନା ବିଜ୍ଞାନ ଅଧିକାରୀ ଜୋତିପ୍ରକାଶ ବେହେରା ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳଙ୍କ ନୂତନ ଡ୍ୟାସବୋର୍ଡ ଦର୍ପଣ ଜିଲ୍ଲାର ବିକାଶ ଓ ସୂଚନା କ୍ଷେତ୍ରରେ ଏକ ବିପ୍ଳବ ଆଣିଦେବ ବୋଲି କହିଥିଲେ । ଏହି  ସଭାରେ ଅନ୍ୟାନ ମାନଙ୍କ ମଧ୍ୟରେ ସିଡିଏମଓ ଡା ଅଜିତକୁମାର ମହାନ୍ତି,ସହକାରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ସହକାରି ଜିଲ୍ଲାପାଳ ରାମକୃଷ୍ଣ ନାୟକ,ବରିଷ୍ଟ ସାମ୍ବାଦିକ  ରତ୍ନାକରଦାଶ,ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବର ନାୟକ,ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ସ୍ୱଣ୍ଣ ର୍ଲତା ବିଶା୍ୱସ,ଡିପିଏମ ଶୁବକାନ୍ତ ଗନ୍ତାୟତ,ଜିଲ୍ଲାସାମିଜିକ ସୁରକ୍ଷା ଅଧିକାରୀ ରାଧାମଣି ଦଳେଇ,ଡିଇଜିଏମ ଶୁଭାଶିଷ ପଟନାୟକ,ଜିଲ୍ଲସ୍ତରୀୟ ଅଧିକାରୀ  ଓ ବିଭିନ୍ନ ଗଣମଧ୍ୟମପ୍ରତି ନିଧିମାନେ  ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଶେଷରେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ସୁନାଲୋକସଂପର୍କର ଅଧିକାରୀ ମାନସ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Leave a Reply

Your email address will not be published. Required fields are marked *