ଦର୍ପଣ ତହସିଲ କାର୍ଯ୍ୟାଳୟ ଘେରିବାକୁ ବଡଚଣା ବିଜେପିର ପ୍ରସ୍ତୁତି

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ):ବଡଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ହଜାର ହଜାର ଲୋକେ ସ୍ୱାଧିନତାର ୭୦ ବର୍ଷ ପରେ ବି ମଧ୍ୟ ଭୂମିହୀନ ହୋଇ ପଡିରହିଛନ୍ତି । ସେହି ପରିବାରଗୁଡିକୁ ସରକାର ୪ ଡିସିମିଲ କରି ଘରଡିହ ଜମି ଯୋଗାଇଦେବାର ସରକାରୀ ବ୍ୟବସ୍ଥା ଥିଲା ବେଳେ ତହସିଲ ପ୍ରଶାସନ ଏଥିନେଇ ଆଗ୍ରହ ପ୍ରକାଶ ଦେଖାଉନାହିଁ । ଫଳରେ ଏଭଳି ପରିବାରଗୁଡିକ ସେମାନଙ୍କର ସାମ୍ବିଧାନିକ ତଥା ମୋ÷ଳିକ ଅଧିକାରରୁ ବଞ୍ଚôତ ହୋଇ ଆସିଛନ୍ତି । ସେହିଭଳି ସରକାର ୨୦୦୬ ମସିହାରେ ଲାଗୁ କରିଥିବା ଜଙ୍ଗଲ ଅଧିକାର ଆଇନ୍ ବଡଚଣା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଏଠାରେ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ପରିବାର ବର୍ଷବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରି ଆସୁଥିଲେ ବି ପ୍ରଶାସନ ସେମାନଙ୍କୁ ଏହି ଆଇନ୍ ବଳରେ ସେହି ଜଙ୍ଗଲ ଜମିକୁ ଅଧିକୃତ ପରିବାର ନାମରେୁ ରେକର୍ଡ କରି ପଟ୍ଟା ପ୍ରଦାନ କରୁନାହିଁ । ଏହି କାରଣରୁ କୋ÷ଣସି ସମୟରେ ସେମାନଙ୍କର ଘର ପୋଡିଗଲେ ବା ହାତୀ ଘର ଭାଙ୍ଗିଲେ ସେମାନେ ସରକାରୀ ସହାୟତା ପାଇପାରୁ ନାହାଁନ୍ତି । ତହସିଲ କାର୍ଯ୍ୟାଳୟ ଏବେ ସ୍ଥାଣୁ ପାଲଟି ଯାଇଛି । ଦାଖଲ ଖାରଜ ମାମଲା ଫଏସଲା କରିବାରେ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ମାମଲାଗୁଡିକ ଗଡୁଛି । ଉତ୍ତାରଧିକାରୀ ପ୍ରମାଣପତ୍ର ସମେତ ଜାତିଗତ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର ଗୁଡିକ ଆବେଦନକାରୀମାନଙ୍କୁ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ମଳିପାରୁନାହିଁ । ଲୋକମାନଙ୍କୁ ତହସିଲ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହେବାକୁ ପଡୁଛି । ଅନ୍ୟପକ୍ଷରେ ଏହି ତହସିଲ ଅଞ୍ଚଳରେ ବାର୍ଷାଧିକ କାଳ ହେଲା ବ୍ୟାପକ ପରିମାଣରେ ମାଙ୍କଡା ପଥର, ମୋରମ, ବୋଲଡର, ନଦୀବାଲି ଓ ମାଟି ଆଦି ଲଘୁ ଖଣିଜ ପଦାର୍ଥ ଲୁଟ୍ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳର ପରିବେଶ ବ୍ୟାପକ ପ୍ରଦୂଷଣ ହେବା ସହିତ କୋଟି କୋଟି ଟଙ୍କାର ରାଜସ୍ୱ ମାଫିଆମାନଙ୍କ ପକେଟକୁ ଚାଲିଯାଉଛି । ଏହା ଉପରେ ବାରମ୍ବାର ଅଭିଯୋଗ ସତ୍ୱେ ଆବଶ୍ୟକ ପଦକ୍ଷେପ ନେବାରେ ସ୍ଥାନୀୟ ପୋଲିସ୍ ଓ ପ୍ରଶାସନ ବିଫଳ ରହିଆସିଛି । ଏଭଳି ଜନସ୍ୱାର୍ଥ ସମ୍ବଳିତ ସମସ୍ୟାଗୁଡିକୁ ନେଇ ଆସନ୍ତା ମଇ ୮ ତାରିଖ ଦିନ ବଡଚଣା ବିଜେପି ପକ୍ଷରୁ ଦର୍ପଣ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ବଡଚଣାାଠାରେ ଦଳର ରାଜ୍ୟ ପରିଷଦ ସଭ୍ୟ ଉଦୟନାଥ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନେତ୍ରୀ ତଥା ରାଜ୍ୟ ସଂପାଦିକା ସୀମନ୍ତିନୀ ଜେନା, ଜିଲ୍ଲା ଉପସଭାପତି ପାଣ୍ଡବ ଚରଣ ଧଳ, ପୂର୍ବତନ ବ୍ଲକ୍ ସଭାପତି ଶାରଦାନନ୍ଦ ରାଉତ, ଓଳାଶୁଣୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ସାମଲ, ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ଜେନା, ଛତିଆ ମଣ୍ଡଳ ସଭାପତି ନାରାୟଣ ଚନ୍ଦ୍ର ସାମଲ, ବଡଚଣା ମଣ୍ଡଳ ସଭାପତି ଦେବ ରଞ୍ଜନ ସ୍ୱାଇଁ, ମହାବିନାୟକ ମଣ୍ଡଳ ସଭାପତି ରମାକାନ୍ତ ଖୁଣ୍ଟିଆଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା କିଶୋର ଚନ୍ଦ୍ର ବାରିକ, ବସନ୍ତ କୁମାର ବାରିକ, ହରିହର ସାମଲ, ସନ୍ୟାସ କିଶୋର ବ୍ରହ୍ମ, ଇନ୍ଦ୍ରମଣି ହେହେରା, ସ୍ୱପ୍ନାରାଣୀ ସ୍ୱାଇଁ, ଅମରେଶ ନନ୍ଦ, ତ୍ରିଲୋଚନ ମଳିକ, ଖଗେଶ୍ୱର ପଣ୍ଡା, ଉତ୍ତମ ମହାପାତ୍ର, ନୃସିଂହ ବିଶ୍ୱାଳ, ଅର୍ଜ୍ଜୁନ ନାୟକ, ଅମିତ ମହାନ୍ତି, ପ୍ରଦ୍ୟୁମ୍ନ ଓଝା, ବିଚିତ୍ରାନନ୍ଦ ସାମଲ, ରଜତ କୁମାର ଜେନା, ପ୍ରମୁଖ ଯୋଗଦେଇ ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଦଳର ବହୁ ରାଜ୍ୟସ୍ତରୀୟ ନେତା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ବରିଷ୍ଠ ନେତା ସୀତାଂଶୁ ସାମଲ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *