ଜିଲ୍ଲା ପରିକ୍ରମା

ଦର୍ପଣ ତହସିଲରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଯାଜପୁର, ୧୮ ।୪(ଓଡିଆପୁଅ/ମାନସ ରାଉତ): ଯାଜପୁର ଜିଲା ଦର୍ପଣ ତହସିଲ କାର୍ଯ୍ୟାଳୟ ପରିସରରେ ବୁଧବାର ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଆଦାୟରେ ଉଲ୍ଳେଖନୀୟ ସଫଳତା ପାଇଁ ତହସିଲଦାର ଏହତ କାର୍ଯ୍ୟଳୟର କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କରିଥିବା ବେଳେ କାର୍ଯ୍ୟରୁ ଅବସର ନେଇଥିବା କର୍ମଚାରୀଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବୁଧବାର ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉସôବରେ ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାଶ, ଅଭୟ କୁମାର ସ୍ୱାଇଁ, ରନôାକର ନାୟକ, ସବ-ରେଜିଷ୍ଟର ବିଶ୍ୱରଞ୍ଜନ ବିଶ୍ୱାସ ଉପସ୍ଥିତ ଥିଲେ । ରାଜସ୍ୱ ଆଦାୟରେ ସଫଳତା ପାଇଁ ରାଜସ୍ୱ ପରିଦର୍ଶକ ହରିହର ପ୍ରଧାନ, ତିନିଟି ବିଭାଗରେ ଅଗ୍ରଣୀ ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ପଦ୍ମନାଭ ପଣ୍ଡା, ପ୍ରଥମ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ପାଷରୀ ପିଲୁଆ, ଦ୍ୱିତୀୟ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ଲକ୍ଷ୍ମୀପ୍ରିୟା ଦାସ, ପ୍ରଥମ ଭାଗ ହାଲ ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ସରଣ କୁମାର ଜେନା, ଦ୍ୱିତୀୟ ଭାଗ ବକେୟା ଅସୁଲ ପାଇଁ ରାଜସ୍ୱ ନିରୀକ୍ଷକ ଦେବପ୍ରସାଦ ନାୟକଙ୍କୁ ଟ୍ରଫି ସହ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କର୍ମଚାରୀଙ୍କ ମଧ୍ୟରେ ପ୍ରଥମ କରି ପ୍ରଦାନ କରାଯାଇଥିବାରୁ ଆଗାମୀ ଦିନପାଇଁ ଅନ୍ୟ କର୍ମଚାରୀଙ୍କ ପାଇଁ ପ୍ରେରଣା ଦେବ ବୋଲି ଆଲୋଚନା ହେଉଛି । ସେହିପରି ଅବସର ଗ୍ରହଣ କରିଥିବା ଯୋଗେନ୍ଦ୍ର ନରାୟଣ ମିଶ୍ର, କ୍ଷିରୋଦ ସେଠୀ, ଗଜେନ୍ଦ୍ର ପ୍ରଧାନ, କେଶବଚନ୍ଦ୍ର ରାଉତଙ୍କୁ ତହସିଲଦାର ଓ କର୍ମଚାରୀମାନଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top