ଦନ୍ତୋର ହାଇସ୍କୁଲରେ ୭୨ତମ ସ୍ୱାଧିନତା ଦିବସ ପାଳିତ

ଖଇରା, ୧୫/୮/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନରେ ୭୨ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଖଇରା କେନାଲ ଅଫିସର ଏସଡିଓ ଶ୍ରୀମନ୍ତ ସେଠୀ ଅଫିର ପରିସରରେ ପ୍ରଥମେ ବୃକ୍ଷରୋପଣକରି ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କର୍ମଚାରୀଙ୍କ ଦ୍ୱାରା ମୋଟ ୪୦ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ପଡୋଶୀ ଔପଦା ବ୍ଲକ ବଡପୋଖରୀ ଗ୍ରାମପଞ୍ଚାୟତର ଦନ୍ତୋର ହାଇସ୍କୁଲରେ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଲୟର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ମିଶ୍ର ପତକା ଉତ୍ତୋଳନ କରିଥିଲେ। ନିମନ୍ତ୍ରିତ ଅତିଥିଭାବରେ ବାଲେଶ୍ୱର ଜିଲ୍ଲା ରେଡକ୍ରସର ସଭାପତି ରେଣୁବାଳା ବିଶ୍ୱାଳ, ଶିଶୁକିଶୋର ପତ୍ରିକା ରୁପାଥାଳିଆର ସଂପାଦକ ଅବସରପ୍ରାପ୍ତ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଯୋଗଦେଇ ସମାଜଗଠନରେ ପିଲାମାନଙ୍କର ଭୂମିକା ଗୁରୁତ୍ୱ ବୋଲି ଦର୍ଶାଇଥିଲେ। ଆଜିର ଶିଶୁ ଆସନ୍ତା କାଲିର ନାଗରିକ, ନିଜ ପିତାମାତାଙ୍କୁ ଓ ଗୁରୁଜନମାନଙ୍କୁ ସମ୍ମାନ ଦେବାସହ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଉଚିତ ବୋଲି ଅତିଥିମାନେ ମତଦାନ କରିଥିଲେ। ବିଦ୍ୟାଳୟର କ୍ରଡା ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ମୁରଲିଧର ପଣ୍ଡା, ପ୍ରସନ୍ନ କୁମାର ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସହାୟତା କରିଥିଲେ। ନାରୀ ଶକ୍ତିର ସଭାପତି ରେଣୁ ବିଶ୍ୱାଳ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହନୁମାନ ଚାଳିଶା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *