ଦଧିବାମନ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ନେତାଜୀ ଜୟନ୍ତୀ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦଧିବାମନ ପ୍ରଜେକ୍ଟ ପ୍ରାଇମେରୀ ସ୍କୁଲ ପରିସରରେ ନେତାଜୀ ଜୟନ୍ତୀ ଗୁଣାମ୍ôକ ଶିକ୍ଷାର ବିକାଶ ଦିଗରେ ଆଲୋଚନା ଚକ୍ର ନିଖିଳ ଉକ୍ôଳ ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳ ନଗର) ଭଦ୍ରକ ଜିଲ୍ଲା ସଭାପତି ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶଧର ମହନି,  ନୂତନ ଭାବେ ନିଯୁକ୍ତି ପାଇଥିବା ସିଆରସିସି ବାଇଧର ପଲେଇ ଓ ସମୀର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ସଭାରେ ଜିଲ୍ଲାର ସମସ୍ତ ସଂଗଠନର ପ୍ରତିନିଧି ଯଥା ରାଜେନ୍ଦ୍ର ସେଠୀ, ରତିକାନ୍ତ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ ନିଜ ନିଜର ମତ ରଖିଥିଲେ। ଏହି ବୈଠକରେ ସଂଘର ରାଜ୍ୟ ସଭାପତି ତ୍ରିଲୋଚନ ନାୟକ ଜିଲ୍ଲା ସମ୍ପାଦକ ଭାବେ ସତ୍ୟ ନାରାୟଣ ସାହୁଙ୍କ ନାମ ଘୋଷଣା କରିଥିଲେ। ଶିକ୍ଷକ ମାନେ ଏକଜୁଟ ହୋଇ କାର୍ଯ୍ୟ କଲେ ଶିକ୍ଷା, ଶିକ୍ଷକ ଓ ଛାତ୍ରଛାତୀ ମାନଙ୍କର ମଙ୍ଗଳ ହେବ ବୋଲି ଉପସ୍ଥିତ ଶିକ୍ଷକ ମାନେ ନିଜ ବକ୍ତବ୍ୟରେ କହିଥିଲେ। ପ୍ରାରମ୍ଭରେ ଗୋବିନ୍ଦ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବେନ୍ଦ୍ର ସେଠୀ ସ୍ୱାଗତ ଭାଷଣ ଦେଇଥିଲେ। ଏହି ସଭାରେ ସେକ୍ ରିଆଜଉଦ୍ଦିନ, ସେକ୍ ନିଜାମ୍ଉଦ୍ଦିନ୍, ସମ୍ବଦ ଅକତର ଅଲ୍ଲୀ, ରୋହିତ କୁମାର ଜେନା, ଅନିରୁଦ୍ଧ ଜେନା, ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *