ad
କେନ୍ଦୁଝର

ଦଧିବାମନ ଡିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ତୁରୁମୁଙ୍ଗା ୨୧-୨ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) – ତୁରୁମୁଙ୍ଗା ସ୍ଥିତ ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ ବୁଧବାରଦିନ ଅନୁଷ୍ଠିତ ହୋଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧକ୍ଷ ତଥା ପାଟଣା ବିଧାୟକ ହୃଷୀକେଶ ନାଏକ, ମୁଖ୍ୟବକ୍ତା ଭାବେ ଘଟଗାଁ ମହାବିଦ୍ୟାଳୟର ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଚେୟାରମ୍ୟାନ ଜଗନ୍ନାଥ ନାଏକ, ପୂର୍ବତ୍ତନ ମହାବିଦ୍ୟାଳୟ ସମ୍ପାଦକ ତଥା ଶିଳ୍ପପତି ପ୍ରତାପ ଚନ୍ଦ୍ର ସାହୁ ଓ ସାଂସଦଙ୍କ ପ୍ରତିନିଧି ଅଜୟ ପଟ୍ଟନାୟକ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ କୁଳମଣି ପ୍ରଧାନ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଯୁକ୍ତ ୩ ଅଧକ୍ଷ ଡ଼ଃ ତ୍ରୈଲୋକ କୁମାର ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।ପୁରସ୍କାର ବିତରଣ ଉତ୍ସବ ରେ ମହାବିଦ୍ୟାଳୟ ଯୁକ୍ତଦୁଇ କଳା ର ସର୍ବୋଚ୍ଚ ନମ୍ବର ରଖିଥିବା ସେଫାଳି ନାଏକ,ଯୁକ୍ତ ଦୁଇ ବିଜ୍ଞାନ ର ଛାତ୍ର ଗୋଲକ ଚନ୍ଦ୍ର ନାଏକ ଓ ଯୁକ୍ତ ୩ କଳା ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ପ୍ରୟଙ୍କା ବେହେରା ଙ୍କୁ ଅତିଥି ସମ୍ମାନିତ କରିଥିଲେ। ସୁଧାଂଶୁ ଶେଖର ସାହୁ, ରମେଶ ଚନ୍ଦ୍ର ସାହୁ , ଅଧ୍ୟାପକ ଅନାମ ଚରଣ ବେହେରା ଅଜୟ ବେହେରା ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବାର୍ଷିକ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷ ରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top