ଦଧିବାମନ ଜୀଉଙ୍କ ଦେବସ୍ନାନ ନୀତି

ତୁରୁମୁଙ୍ଗା ୨୯-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ର ଅରାଧ୍ୟ ଦେବତା ଦଧିବାମନ ଜୀଉ ଚତୁର୍ଥା ମୂର୍ତ୍ତି ଙ୍କର ଦେବସ୍ନାନ ନୀତି ସଂପର୍ଣ୍ଣ ହୋଇଛି ଆଜି ଭୋର ୫ ଟା ସମୟ ରେ ଦିଅଁ ଙ୍କ ପହଡ଼ ଭଙ୍ଗ ହେବା ପରେ ମଙ୍ଗଳା ଆରତୀ ହୋଇ ଥିଲା ସକାଳ ୮ ରେ ସେବାୟତ ଙ୍କ ଦ୍ଵାରା ପହଣ୍ଡି କରାଯାଇ ଦିଅଁ ଙ୍କୁ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ପରେ ଗଜାନନ ବେଶ କରାଯାଇ ଥିଲା କୋଠ ତହସିଲଦାର ବିନୋଦ ବିହାରୀ ସିଂ, ବ୍ରହ୍ମା ପ୍ରଦୀପ ପାଣୀ ପୂଜକ ବିରଞ୍ଚି ନାରାୟଣ ମିଶ୍ର ପହଣ୍ଡିଆ ଅକ୍ଷୟ ନାରାୟଣ ମିଶ୍ର ,ସତ୍ୟନାରାୟଣ ମିଶ୍ର ମୃତ୍ୟୁଞ୍ଜୟ ପାଣୀ ଓ ଶରତ ଜ୍ୟୋତି କର ପ୍ରମୁଖ ଯୋଗ ଦେଇ ଦେବ ନିତି ସମ୍ପର୍ଣ୍ଣ କରିଥିଲେ ପ୍ରଶାସନିକ ଅଧିକାରୀ ଭାବରେପାଟଣା ତହସିଲଦାର ଧନାଇ ଚରଣ ଟୁଡୁ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ତୁରୁମୁଙ୍ଗା ପୋଲିସ ଉପସ୍ଥିତ ରହିଥିଲେ ଆଗକୁ ରଥଯାତ୍ରା ଥିବାରୁ ବଡ଼ଦାଣ୍ଡ ଓ ରଥଖଳା ର ଉନ୍ନତି ସହିତ ମରାମତି ଦାବି ହେଉଛି।

Leave a Reply

Your email address will not be published. Required fields are marked *