ଜିଲ୍ଲା ପରିକ୍ରମା

ଦଗାଦେଉଛି ଏଟିଏମ : ୫ହଜାର ମାଗିଲେ ହଜାରେ ମିଳୁଛି!

ଭଦ୍ରକ, ୨୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଟଙ୍କା ଜମା ରଖିବାର ସୁରକ୍ଷିତ ସ୍ଥାନ ବ୍ୟାଙ୍କ ଓ ଯେ କୌଣସି ସମୟରେ ଆବଶ୍ୟକ ଟଙ୍କା ଉଠାଇବାର ସ୍ଥାନ ହେଉଛି ଏଟିଏମ ବୋଲି ଜମାକାରୀ ନିଶ୍ଚିତ ରହିଥାନ୍ତି। ହେଲେ ଏହି ଜିଲାର ବାସୁଦେବପୁର ସହରର ବ୍ଲକ ରୋଡରେ ଥିବା କାନାରା ବ୍ୟାଙ୍କ ଏଟିଏମ ଜମାକାରୀଙ୍କୁ ଦଗା ଦେଉଛି। କାଉଣ୍ଟରରେ ୫ହଜରା ଉଠାଇବା ପାଇଁ ସୁଇଚ୍ ଦାବିଲେ ଏକ ହଜାର ଟଙ୍କ ମିଳୁଛି। ଆଉ ପାଞ୍ଚ ହଜାର ଟଙ୍କା ମୂଳ ଜମାରୁ କଟିଯାଉଛି। କଥାଟା ମନକୁ ପାଉ ନ ଥିଲେ ବି ଘଟଣା ସତ। ଟଙ୍କା ଉଠାଇବାକୁ ଆସିଥିବା ଗ୍ରାହକ ଆବଶ୍ୟକ ଟଙ୍କା ପାଉ ନ ଥିବା ବେଳେ ମୂଳ ଜମାରୁ ଟଙ୍କା କଟୁଥିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକାଧିକ ଗ୍ରାହକ ଟଙ୍କା ଉଠାଇବାକୁ ଆସି ହରଡ ଘଣାରେ ପଡିଛନ୍ତି। ଏହି ସମସ୍ୟାରେ ପଡିଛନ୍ତି କାର୍ଡଧାରୀ ଜାନକୀ ରାଉଳ। ୫ହଜାର ଟଙ୍କା ଉଠାଇ ଆଣିବାକୁ ସଂପର୍କୀୟ ପ୍ରଶାନ୍ତ ରାଉଳକୁ କାର୍ଡ ଦେଇଥିଲେ। ପ୍ରଶାନ୍ତ ୫ ହଜାର ଟଙ୍କା ଉଠାଇବାକୁ ସୁଇଚ ଦାବିଥିଲେ। ହେଲେ ପାଞ୍ଚ ହଜରା ଟଙ୍କା ଆସିବା ବଦଳରେ ତାଙ୍କୁ ମିଳିଥିଲା ଶହେ ଟଙ୍କିଆ ଦଶ ଖଣ୍ଡ ନୋଟ(୧୦୦୦)। ଏହି ଘଟଣା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାଉଣ୍ଟର ପାଖରେ କିଛି ସମୟ ପ୍ରଶାନ୍ତ ଛିଡାହୋଇ ନିରାଶ ହୋଇ ଫେରିଥିଲେ। ପାଖରେ ଥିବା ଏସବିଆଇ ଏଟିଏମ କାଉଣ୍ଟରରେ ବାଲାନ୍ସ ଚେକ୍ କରି ଜାଣିବାକୁ ପାଇଥିଲେ ତାଙ୍କ ଜମାରୁ ପାଞ୍ଚ ହଜାର ଟଙ୍କା କଟିଯାଇଛି। ସବୁଠାରୁ ବଡକଥା; ଏସବିଆଇ କାଉଣ୍ଟରରୁ ମିଳିଥିବା ରସିଦରେ ୨୪ ତାରିଖ ବଦଳରେ ୨୫ ତାରିଖ ବୋଲି ଉଲ୍ଲେଖ ରହିଥିବା ଦେଖିବାକୁ ପାଇଥିଲେ। ଅନୁରୂପ ଭାବେ; କାର୍ଡଧାରୀ ଲଷ୍ମୀଧର ଦାସ ଏକ ହଜାର ଟଙ୍କା ଉଠାଇବାକୁ ପୁଅ ପ୍ରଶାନ୍ତଙ୍କୁ କାର୍ଡ ଦେଇ ପଠାଇଥିଲେ। ପ୍ରଶାନ୍ତ କାର୍ଡ ବ୍ୟବହାର କରି ଏକ ହଜାର ଟଙ୍କା ଉଠାଇବାକୁ ସୁଇଚ ଦାବିଥିଲେ; ହେଲେ ଏକ ହଜାର ବଦଳରେ ତାଙ୍କୁ ମିଳିଥିଲା ଦୁଇଖଣ୍ଡ ଶହେ ଟଙ୍କିଆ ନୋଟ। ଖାଲିଯେ ଦୁଇ କାର୍ଡଧାରୀଙ୍କ ଏହି ସମସ୍ୟା ଦେଖାଦେଇଛି ତାହା ନୁହେଁ; ସେହିଦିନ କାନାରା ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିବା ଗ୍ରାହକ ଏହି ସମସ୍ୟାରେ ପଡିଥିଲେ। ଟଙ୍କା ଉଠାଇବାକୁ ଆସି କ୍ଷତିରେ ପଡିଥିବା ଗ୍ରାହକ କାଉଣ୍ଟରରେ ଦେଖାଦେଇଥିବା ଏହି ସମସ୍ୟା ନେଇ ବ୍ୟାଙ୍କ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟେକ୍ନିକାଲ ସମସ୍ୟା ଥିବାରୁ ଟଙ୍କା ଉଠାଇବା ସମୟରେ ଏହି ସମସ୍ୟା ଦେଖାଦେଉଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଆଉ ତୁରନ୍ତ କାଉଣ୍ଟରର ସର୍ଟରବନ୍ଦ କରିଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top