ଥାନା ପରିସରରେ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ୧୯୪୨ ମସିହାରେ ତକ୍ରାଳିନ ଇଂରେଜ ଶାସନ ଅଧିନ ଭଣ୍ଡାରିପୋଖରୀ ଥାନାକୁ ସ୍ୱାଧିନତା ସଂଗ୍ରାମୀ ମାନେ ପୋଡ଼ିଦେଇଥିଲେ । ସ୍ମାରକୀ ସ୍ୱରୂପ ଥାନା ତରଫରୁ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୭ ତାରିଖ ଦିନ କ୍ରାନ୍ତି ଦିବସ ପାଳିତ ହେଉଛି । ଚଳିତ ବର୍ଷ କ୍ରାନ୍ତି ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଥାନା ଅଧିକାରୀ ଅମିତ୍ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ ଅଂଚଳର ନିର୍ବାଚିତ ସରପଂଚ, ସମିତି ସଦସ୍ୟ, ଆମ ପୋଲିସ କର୍ମକର୍ତା, ବରିଷ୍ଠ ନାଗରିକ, ଶିକ୍ଷାବିତ୍, ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି କ୍ରାନ୍ତି ଦିବସ ପାଳନ ସଂପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *