ଅପରାଧ

ଥାନା ପଛପଟେ ବେଧଡକ ଗାଈମାନଙ୍କ ଗୋଡରେ ପିଟାଯାଉଛି ନାଲ ,ପ୍ରଶାସନ ଦୃଷ୍ଟି ପଡୁନାହିଁ

ହରିଚନ୍ଦନପୁର ତା ୧୦ ଅଗଷ୍ଟ (ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପଛପାଖରେ ଚାଲିଥିବା ସାପ୍ତାହିକ ହାଟରେ ବେଆଇନ ଭାବେ ଖୋଲମଖୋଲା ଗାଈଙ୍କ ଗୋଡରେ ପିଟା ଯାଉଛି ନାଲ ପ୍ରଶାସନର ନଜର ପଡୁନାହିଁ । ଏହି ସାପ୍ତାହିକ ହାଟରେ ବେଆଇନ ଭାବେ ଅନେକ ବର୍ଷ ହେବ ଖୋଲମ ଖୋଲା ଭାବରେ ଗାଈମାନଙ୍କୁ କଷ୍ଟ ଦେଇ ଗୋଡରେ ପିଟାଯାଉଛି ନାଲ । ସରକାରୀସ୍ତରରେ ପଶୁ ସମ୍ପଦକୁ ଦୁଃଖ, କଷ୍ଟ, ଯନ୍ତ୍ରଣା ଦେବା ଭଳି ଘଟଣା ବେଆଇନ ପରିଲକ୍ଷିତ ଥିବା ବେଳେ ତାହା ଖୋଲମ ଖୋଲା ଉହ୍ଲଘ୍ନ କରାଯାଉଛି । ସାଧାରଣତଃ ଏହି ସାପ୍ତାହିକ ହାଟରୁ ଅନେକ ବେପାରୀ ଗୋରୁମାନଙ୍କୁ ଚୋରା ଚାଲାଣ କରିବାକୁ ନେଇ ଗୋରୁଗୁଡିକଙ୍କ ଗୋଡ ଖୁରାରେ ନାଲ ଅର୍ଥାତ୍ ଲୁହା ପାତ ସହ କଣ୍ଟା ବାଡାଇଥାନ୍ତି । କାରଣ ଅଧିକ ପରିମାଣର ଗୋରୁ ଚାଲାଣ କରିବା ପାଇଁ ଗୋରୁଗୁଡିକୁ ଗାଡି ମଧ୍ୟରେ ନେଲେ ପୋଲିସର ଭୟ ରହିଥାଏ । ତେଣୁ ଏଠାରେ ଗୋରୁଗୁଡିକ ଖୁରାରେ ନାଲ ମାରି ଯନ୍ତ୍ରଣା ଦେବା ସହ ଅନେକ ଦୂର ପର୍ଯ୍ୟନ୍ତ କଷ୍ଟ ଦେଇ ପାଦରେ ଚଲାଇ ନେଇଥାନ୍ତି ଓ ସେଠାରୁ ଗାଡି ସାହାଯ୍ୟରେ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରିଥାନ୍ତି । ଲୋକମାନଙ୍କ କହିବା ଅନୁଶାରେ ଥାନା ପଛପାଖରେ ପୋଲିସର ନଜର ମଧ୍ୟରେ ଏମିତି ବେଆଇନ କାର୍ଯ୍ୟ ଚାଲୁଥିବା ବେଳେ ପୋଲିସ ପ୍ରଶାସନର ନଜର କେମିତି ପଡୁନାହିଁ । ଅନ୍ୟପଟେ ପଶୁ ଚିକିତ୍ସା ବିଭାଗର ଅଧିକାରୀଙ୍କ ଏଭଳି କାର୍ଯ୍ୟ ପ୍ରତି କିପରି ଦୃଷ୍ଟି ପଡୁନାହିଁ ତାହା ଜନସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ସାପ୍ତାହିକ ହାଟଟିକୁ ୯୯ବର୍ଷ ପାଇଁ ଆରଏମସି ଲିଜ୍ ମାଧ୍ୟମରେ ନେଇଥିବା ବେଳେ ଉକ୍ତ ହାଟ ମଧ୍ୟରେ ଏଭଳି ବେଆଇନ କାମକୁ କିଭଳି ପ୍ରସୟ ଦେଉଛି ତାହା ପ୍ରଶାସନ ଉପରେ ଅଙ୍ଗୁଳି ନିଦେ୍ର୍ଧଶ ଦେଉଛି । ଏବାବଦକୁ ନେଇ ସାପ୍ତାହିକ ହାଟ ଦାୟିତ୍ୱରେ ଥିବା ବଜାର ନିରିକ୍ଷକ ମୁରଲୀଧର ସାହୁଙ୍କ ନଜରକୁ ଆଣିଥିଲୁ । ସେ କହିଛନ୍ତି କି ଏଠାରେ ଆମର ବିନା ଅନୁମତିରେ ନାଲ ପିଟା ଚାଲିଛି ଓ ଅନେକ ଦିନ ହେବ ଚାଲିଛି, ଆପଣ କହିବ ଯଦି ଆସନ୍ତା ଶୁକ୍ରବାର ଠାରୁ ବନ୍ଦ କରିଦିଆଯିବ । ଏଥିପ୍ରତି ଜିଲ୍ଲ ପ୍ରଶାସନ ଦୃଷ୍ଟି ଦେବା ସହ ଏଭଳି କାର୍ଯ୍ୟକୁ ଯଥାଶିଘ୍ର ବନ୍ଦ କରିବା ସହ ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏଅଞ୍ଚଳ ଜନସାଧାରଣ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top