ଥାନା ଅଧିକାରୀଙ୍କ ନାମରେ ଚାଲିଛି ବଟି ଆଦାୟ

ଜଗତସିଂହପୁର-ତା ୮.୮.୨୦୧୮ (ଓଡ଼ିଆ ପୁଅ/ଟୁକନ ସେଠୀ)ତିର୍ତ୍ତୋଲ ଥାନାରେ ଚାଲିଛି ଅଧିକାରୀଙ୍କ ନାମରେ ବଟି ଆଦାୟ ଓ ଦଲାଲରାଜ। ତିର୍ତ୍ତୋଲ ଥାନାରେ କେତେଜଣ ଦଲାଲଙ୍କ ଉପସ୍ଥିତି ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାରେ ବଞ୍ଚିତ କରୁଛି। ଏହି ଦଲାଲ ମାନେ ସବୁ ସମୟରେ ଥାନାରେ ଉପସ୍ଥିତ ରହି ଆସୁଥିବା ଲୋକମାନଙ୍କୁ ଶୋଷଣ କରୁଛନ୍ତି। ମଣିଜଙ୍ଗା ବଜାରରେ ନାମକୁ ମାତ୍ର କରିଥିବା ପୂଜା ଭଣ୍ଡାର ଓ ଫଳ ଦୋକାନି ଥାନାକୁ ଆସୁଥିବା ବିଭିନ୍ନ ସମସ୍ୟା ଜର୍ଜରିତ ସାଧାରଣ ଲୋକଙ୍କୁ ଥାନା ଅଧିକାରୀଙ୍କ ନାମରେ ଅର୍ଥ, ମାଛ, ମାଂସ ଓ ବ୍ଲେଣ୍ଡର ସ୍ପ୍ରାଇଡ଼୍ ଭଳି ଦାମିକା ମଦ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଥାନା ଭିତରେ ସବୁ ସମୟରେ ଉପସ୍ଥିତ ରହି ଅଭିଯୋଗ କାରୀ ଓ ଅଭିଯୁକ୍ତ ଉଭୟ ପକ୍ଷଙ୍କ ଠାରୁ ସମସ୍ୟାର ସମାଧାନ କରାଇଦେବା ଆଳରେ ଥାନା ବାବୁଙ୍କ ନାମରେ ଶୋଷଣ କରିଚାଲିଛି। ରହାମା ହାଟବଜାର, ତିର୍ତ୍ତୋଲ ବଜାର, ସାରଳାରୋଡ଼, ଯଇପୁର, କନକପୁର, କଟରା, ଜଗନ୍ନାଥପୁର ପ୍ରଭୃତି ଅଞ୍ଚଳର ବିଭିନ୍ନ ଦୋକାନରେ ଥାନା ଅଧିକାରୀଙ୍କ ନାମରେ ଏହି ଦଲାଲ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ କାରୀ ନିଜନାମ ଗୋପନ ସର୍ତ୍ତରେ ଏଭଳି ସଙ୍ଗୀନ ଘଟଣା ପ୍ରକାଶ କରିଛନ୍ତି। ଏହି ଦଲାଲ ସହିତ ଅନ୍ୟକେତେଜଣ ଦଲାଲ ମଧ୍ୟ ଥାନାଭିତରେ ରହି ଆପୋଷ ସମାଧାନ ଓ ଦଲାରିଗିରି ବହୁମାତ୍ରାରେ ମାଡ଼ି ଚାଲିଛି। ପୂର୍ବରୁ ଥିବା ଥାନା ଅଧିକାରୀ ଏହି ଦଲାଲ ମାନଙ୍କୁ ଥାନା ଦ୍ୱାର ମଡ଼ାଇଦେଉନଥିବାବେଳେ ବର୍ତ୍ତମାନର ଥାନା ଅଧିକାରୀ ଏ ଦଲାଲମାନଙ୍କୁ ପ୍ରଶୟ ଦେବା ପଛରେ କି ସ୍ୱାର୍ଥ ରହିଛିବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *