ଥଇଥାନ ପରେ ଉଚ୍ଛେଦ ଦାବି

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପରେ ରୂପଟୋଲା ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ ଭୟ ଘାରିଛି। ଉଚ୍ଛେଦ ପୂର୍ବରୁ ପ୍ରଥମେ ଥଇଥାନ କରିବାକୁ ବସ୍ତିବାସିନ୍ଦା ଦାବି କରିଛନ୍ତି। ପ୍ରକାଶ ଥାଉକି, ରୁପଟୋଲା ବସ୍ତିର ଲୋକଙ୍କୁ ଆଗାମୀ ୩୧ ତାରିଖ ସୁଦ୍ଧା ଜମି ଖାଲି କରିବାକୁ ରାଉରକେଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ଦୀର୍ଘ ୪୦ରୁ ୫୦ ବର୍ଷ ଧରି ପରିବାର ସହ ବସବାସ କରି ଆସୁଥିବା ବସ୍ତିବାସିନ୍ଦା ଏହାକୁ ବିରୋଧ କରି ଆଗେ ଥଇଥାନ, ପରେ ଉଚ୍ଚେଦ ପାଇଁ ଦାବି କରାଯାଇଛି। ଏଥିପୂର୍ବରୁ ବସ୍ତିବାସିନ୍ଦା ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର ଏବଂ ରାଉରକେଲା ଅତିରିକ୍ତ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଭେଟି ଉଚ୍ଛେଦ ପ୍ରକ୍ରୀୟାକୁ ଘୁଂଚାଇବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *