ତ୍ରିଶକ୍ତି କ୍ଲବ ସମ୍ବର୍ଦ୍ଧନା ସଭା

ପୁରୀ, ୦୫/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ବାଲି ସାହି ତ୍ରିଶକ୍ତି କ୍ଲବ ଆନୁକଳଲ୍ୟରେ ରାଜ୍ୟ କ୍ଷୁଦ୍ର ଶିଳ୍ପ ନିଗମରେ ନବନିଯୁକ୍ତ ଅଧ୍ୟକ୍ଷ ରାମକୃଷ୍ଣ ଦାସ ମହାପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଏହି ପରିପେକ୍ଷୀରେ ଶ୍ରୀଦାସ ମହାପାତ୍ରଙ୍କୁ ଦକ୍ଷୀଣକାଳୀ ଛକ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ତେଲି ପଡିଆ ନିକଟକୁ ପାଛୋଟି ନେଇଥିଲେ। କୁବେର ମଣ୍ଡପରେ ଆଯୋଜିତ ଏହି ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ ତ୍ରିଶକ୍ତି କ୍ଳବର ସଂପାଦକ ନାରାୟଣ ସାହୁ, ନିଜର ସ୍ୱାଗତ ଭାଷଣରେ ଆଗାମୀ ଦିନରେ କ୍ଲବ୍ର ଉନ୍ନତି କଲେ କାର୍ଯ୍ୟ ତ୍ୱରାନୀତ କରିବାକୁ ସେ ଆଶାବ୍ୟକ୍ତ କରିଥିଲେ। ଏହି ଅବସରରେ କ୍ଲବ ପଡରୁ କର୍ମକର୍ତା ଓ ସଦସ୍ୟମାନେ ଶ୍ରୀ ଦାସ ମହାପାତ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତରରେ ଶ୍ରୀଦାସ ମହାପାତ୍ର କ୍ଲବର ଉନ୍ନତି ଦିଗରେ ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଉତ୍ସବରେ ପୌର ସଦସ୍ୟ ନାରାୟଣ ସାହୁ, ଶୁଭାଶିଷ୍ ଖୁଟିଂଆ, କାଶିନାଥ ସାହୁ ପ୍ରମୁଖ ମଚାଂସୀନ ଥିବାବେଳେ ବାବୁନା ପ୍ରଧାନ, ଜିନେନ୍ଦ୍ର ମୁଦୁଲି, ଶିବପାଢି ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ କାର୍ଯ୍ୟଶ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *