ତୋରାଣିପଦାଛକ- ପଳସା-ଡୁଙ୍ଗୁରା ରାସ୍ତାରେ ବେଆଇନ ହମ୍ପସ୍ ନିର୍ମାଣ, ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ବଢୁଛି

ଖଇରା, ୯/୯(ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଛକଠାରୁ ଡୁଙ୍ଗୁରା ବଜାର ପ୍ରାୟ ଆଠ କିଲୋମିଟର ରାସ୍ତା ହୋଇଥିବାବେଳେ ଦୈନିକ ଶହଶହ ଲୋକ ଯିବାଆସିବା କରିଥାଆନ୍ତି ବ୍ଲକ ମୁଖ୍ୟ କର୍ଯ୍ୟାଳୟକୁ। ମାତ୍ର ଏହି ଆଠ କିଲୋମିଟର ରାସ୍ତା ଯିବାକୁ ହେଲେ ପାରିହେବାକୁ ପଡେ ବେଆଇନ ଭାବେ ନିର୍ମିତ ହୋଇଥିବା ଅଗଣିତ ହମ୍ପସ୍। ଯିଏ ଯେଉଁଠି ପାରୁଛି ମନଇଛା ହମ୍ପସ୍ ତିଆରି କରିପକାଉଛି। ସେଥି ମଧ୍ୟରୁ ତୋରାଣିପଦା ସ୍କୁଲ ଠାରେ ପକ୍କା ସିମେଣ୍ଟଖୁଣ୍ଟରେ ନିର୍ମିତ ହୋଇଥିବା ହମ୍ପସ୍ କୁବ ବିପଦପୂର୍ଣ୍ଣ। ଦୈନିକ ନାହିଁନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଇକେଲ, ବାଇକ୍, ଗାଡିମୋଟରରେ ଯାତାୟତକାରୀମାନେ। ଏହାଛଡା ନଛିପୁର, ମଳିହା, ଗୋଳିହା ପ୍ରଭୁତି ସ୍ଥାନରେ ନିର୍ମିତ ହୋଇଥିବା ହମ୍ପସ୍ ଗୁଡିକ ଲୋକମାନଙ୍କର ଜୀବନମରଣ ସମସ୍ୟା ବଢାଇଦେଛି। ଜରୁରୀ କାଳୀନ ସମୟରେ ୧୦୨, ୧୦୮ ଓ ଦମକଳ ଗାଡି ଠିକ ସମୟରେ ପହଞ୍ଚିପାରୁନ ଥିବାରୁ ଘଟଣା ସ୍ଥଳରେ ଏମାନଙ୍କୁ ବିଭିନ୍ନ ପ୍ରକାର ର୍ଦୁବ୍ୟବହାରରେ ଶିକାର ହେବାକୁ ପଡୁଛି। ଏହି ବେଆଇନ ଓ ବିପଦ ପୂର୍ଣ୍ଣ ହମ୍ପସ୍ ଯୋଗୁଁ ଦୈନିକ କେତେଯେ କଣ ଘଟୁଛି କହିହେବ ନାହିଁ। ଏହି ୮ କି.ମି ରାସ୍ତାକୁ ଜରୁରୀ କାଳୀନ ସମୟରେ ଜିବାକୁ ପ୍ରାୟ ୧ଘଣ୍ଟା ସମୟ ଲାଗିଥାଏ। ଏହି ହମ୍ପସ୍ ନିର୍ମାଣକାରୀ ମାନଙ୍କ ପାଇଁ କୌଣସି ଆଇନକାନୁନର ବବ୍ୟବସ୍ଥା ନଥିବାର ଜଣାପଡିଛି। ଯଦି କିଛି ଆଇନକାନୁନ ଥାଆନ୍ତା ତା’ହେଲେ ଏପରି ବେଆଇନ ହମ୍ପସ୍ ତିଆରି ହୁଅନ୍ତା ନାହିଁ। ତେଣୁ ଏହି ଖଇରା ଅଂଚଳରେ ସରକାରଙ୍କର ସମସ୍ତ ଆଇନକାନୁନ ସଂପୂର୍ଣ୍ଣରୂପେ ଧୁଳିସାତ ହୋଇଯାଇଛି। ଯାହାର ଜବାବ ଆଗାମୀ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିବ। ଏହି ହମସ୍ ତିଆରିରେ ବିଭିନ୍ନ ପ୍ରକାର ବର୍ଜବସ୍ତୁ ସହିତ ପକ୍କା ଖୁଣ୍ଟ, ଭଙ୍ଗାଇଟା, ସିମେଣ୍ଟ ଖୁଣ୍ଟ ବ୍ୟବହୃତ ହେଉଥିବାରୁ ଗାଡି ଚକା ପମ୍ପଚର ହେବାହେତୁ ଚାଳକମାନେ ନାନାପ୍ରକାର ହଇରାଣ ହରକତ ହେଉଛନ୍ତି। ହମ୍ପସ୍ ନିର୍ମାଣ ପାଇଁ କୌଣସି ସରକାରୀ ନିୟମ ନଥିବାବେଳେ ବେଆଇନ ହମ୍ପସ୍ ନିର୍ମାଣ ପାଇଁ ନିୟମ ଥିବାର ପରିଲଖିତ ହୋଇଛି। ତଥାପି ପ୍ରଶାସନ ତରପଂରୁ କୌଣସି ପଦକ୍ଷେପ ନିଆଯାଉ ଥିବାର ନଜରକୁ ଆସୁ ନାହିଁ। ଏହା ଦ୍ୱାରା ଦିନକୁଦିନ ଦୂର୍ଘଟଣାମାନ ବୃଦ୍ଧି ହେବାରେ ଲାଗୁଛି। ଯଦି ଦିନକୁଦିନ ଏପରି ହମ୍ପସ୍ ବଢିଚାଲେ ତାହାହେଲେ ଆଗାମିଦିନରେ ସଡକ ର୍ଦୁଘଣାକୁ ଏଡାଇ ହେବ ନାହିଁ। ସବୁଠାରୁ ବଡ ଦୁଃଖ ଓ ଲଜ୍ୟାକର ଯେ ଏହି ବେଆଇନ ହମ୍ପସ୍ ଗୁଡିକ ଏପରି ବିପଦପୂର୍ଣ୍ଣ ଅବସ୍ଥାରେ ତିଆରି ହୋଇଛିଯେ ଜୀବନମରଣ ତଥା ଜରୁରୀକାଳୀନ ସମୟରେ ଦୃତ ଗତିରେ ଯାଉଥିବା ଗାଡିମୋଟର, ୧୦୨.୧୦୮ ଓ ଦମକଳଗାଡି ମଧ୍ୟ ଭାଙ୍ଗି ଅଟକିଯିବ। ଏବାବଦରେ ପୂର୍ବରୁ ଦୈନିକ ଖବର କାଗଜ ଓ ଟିଭିରେ ପ୍ରଚାରପ୍ରସାର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କର ଏଥିପ୍ରତି ଦୃଷ୍ଟି ନଦେବା ଲଜ୍ୟାକର ଘଟଣା ସାଜିଛି। ପ୍ରଚାରପ୍ରସାରର ପ୍ରାୟ ୧ ବର୍ଷ ହେବାକୁ ବସିଲାଣି ଏପର୍ଯ୍ୟନ୍ତ ନିଦଭାଙ୍ଗୁ ନାହିଁ ବିଭାଗୀୟ ଅଧିକାରୀଙ୍କର। ସେତେବେଳେ ସିମୁଳିଆ ସ୍ଥିତ ଗ୍ରାମ୍ୟ ଉନ୍ନୟନ ଏସ୍ଡିଓ ସୁଦର୍ଶନ ସାହୁଙ୍କୁ ପଚାରିବାରୁ ସେ ହମ୍ପସ୍ ବିଷୟରେ ଅଭିଯୋଗ ପାଇ ନାହାଁନ୍ତି, ଅଭିଯୋଗ ମିଳିଲେ ତୁରନ୍ତ ପୋଲିସ ସହାୟତାରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ହେଲେ ଏପର୍ଯ୍ୟନ୍ତ ସରଜମିନ ତଦନ୍ତରେ କୌଣସି ଅଧିକାରୀ ଆସିବାର ଜଣାପଡିଲା ନାହିଁ। ଏ ଅଂଚଳ ପ୍ରତି ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଆଗାମୀ ୨୦୧୯ ସାଧାରଣ ନିର୍ବାଚରେ ଅଂଚଳବାସୀ ଉଚିତ ଜବାବଦେବେ ବୋଲି ସାଧାରଣ ଜନତାଙ୍କ ମହଲରେ ଆଲୋଚନା ସୃଷ୍ଟିହେବାରେ ଲାଗିଛି। ତୁରନ୍ତ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ରାସ୍ତାରୁ ବେଆଇନ ବିପଦପୂର୍ଣ୍ଣ ହମ୍ପସ୍ ଗୁଡିକୁ ହଟାଇବାକୁ ଅଂଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *