ଓଡ଼ିଶା

ତୋଫାନ ଯୁବକ ସଂଘ ତରଫରୁ ଗଣତନ୍ତ୍ର ଦିବସ ପାଳିତ ଓ ବିତର୍କ ପ୍ରତିଯୋଗିତା

ତାଳଚେର,୨୭/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକର ଘଂଟପଡ଼ା ଗ୍ରାମସ୍ଥିତ ତୋଫାନ ଯୁବକ ସଂଘ ତରଫରୁ ୬୯ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ତୋଫାନ ଯୁବକ ସଂଘର ସଭାପତି ଧୀରେନ୍ଦ୍ର ଦାସ ଯୋଗ ଦେଇ ବହୁ ଛାତ୍ରଛାତ୍ରୀଙ୍କ ଗହଣରେ ଜାତୀୟ ପତାକା ଉତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘଂଟପଡ଼ା ହାଇସ୍କୁଲର ପି.ଟି ଶିକ୍ଷକ ଅଶୋକ ଧର,ଘଂଟପଡ଼ା ନୋଡ଼ାଲ ସ୍କୁଲର ଶିକ୍ଷକ ଅଜୟ କର ଓ ଯୁବକ ସଂଘର କାର୍ଯ୍ୟକର୍ତା ପ୍ରମୁଖ ଯୋଗଦାନ କରିଥିଲେ । ତଦ୍ ପରେ ସଂଘ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ସକାଶେ ଏକ ବିତର୍କ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି ତଥା ଅବସରପ୍ରାପ୍ତ ଶିକ୍ଷକ କନ୍ଦର୍ପ ସାହୁ,ସମ୍ମାନିତ ଅତିଥି ଭାବେ ଘଂଟପଡ଼ା ନୋଡ଼ାଲ ସ୍କୁଲର ଶିକ୍ଷକ ଅଜୟ କର,ପରିବେଶପ୍ରେମୀ ତଥା ଆଇନଜୀବୀ ବାଉରୀବନ୍ଧୁ ବେଜ,ସାମ୍ବାଦିକ ଅଜିତ କୁମାର ବେହେରା,ଯୁବକ ସଂଘର ସଭାପତି ଧୀରେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ । ସଂଘ ତରଫରୁ ପ୍ରାରମ୍ଭରେ ସମସ୍ତ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଅନୁଷ୍ଠିତ ‘ପରିବେଶ ସୁରକ୍ଷାରେ ଛାତଛାତ୍ରୀଙ୍କ ଭୂମିକା’ଶୀର୍ଷକ ବିତର୍କ ପ୍ରତିଯୋଗିତାରେ ୧୦ଜଣ ଛାତ୍ରଛାତ୍ରୀ ଭାଗ ନେଇ ଉକ୍ତ ପ୍ରସଙ୍ଗରେ ଅତି ସୁନ୍ଦରଭାବେ ନିଜ ନିଜର ବିତର୍କ ମଂଚାସୀନ ଅତିଥି ଏବଂ ଉପସ୍ଥିତ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ବିଚାରକ ବାଉରୀବନ୍ଧୁ ବେଜ୍ ପରିବେଶ ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଯୁବକ ସଂଘର କୋଷାଧ୍ୟକ୍ଷ କୃଷ୍ଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିତର୍କ ପ୍ରତିଯୋଗିତାରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଘଂଟପଡ଼ାର ଅଙ୍କିତା ମହାନ୍ତି ୧ମ, ହାଣ୍ଡିଧୁଆ ଉଚ୍ଚ ବିଦ୍ୟାଳୟର ସୀତା କୁମାରୀ ୨ୟ ଏବଂ ଆକାଶ ପ୍ରଧାନ ୩ୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ କାଜଲ ଦାସ,ମନି ମହାରଣା,ଅନିମା ବାରିକ,ଜନ୍ମେଜେୟ ବାରିକ,ସୋନାଲି ମହନ୍ତ,ଅନ୍ୱେଷା ସାହୁ,ଲୁସି ବେହେରାଙ୍କୁ ମୂଖ୍ୟ ଅତିଥି କନ୍ଦର୍ପ ସାହୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତୋଫାନ ଯୁବକ ସଂଘର ସଦସ୍ୟ ମନୋରଞ୍ଜନ, ପ୍ରଶାନ୍ତ, ମନୋଜ, ହରେଶ, ବିରେନ୍ଦ୍ର, ସତ୍ୟମ,ଯଶୋବନ୍ତ, ଅଶୋକ,ଦୂର୍ଗା ଚରଣ,ରାକେଶ,ଅଜୟ ଏବଂ ଅନ୍ୟନ୍ୟ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top