ଓଡ଼ିଶା

ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତ ବନ୍ଦ

କେନ୍ଦୁଝର, ୧୦ା୯(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ପେଟ୍ରୋଲ ଓ ଡିଜେଲ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ସଫଳ କରିବା ପାଇଁ ସୋମବାର ଦିନ ସକାଳୁ ରେଲୱେ ଷ୍ଟେସନ ଯାଇ ଟ୍ରେନ ଲାଇନରେ ପିକେଟିଂ କରି ରେଳ ଚଳାଚଳ ବନ୍ଦ କରିଛନ୍ତି। ବନ୍ଦକୁ ସାଧାରଣରେ ବେଶ ସମର୍ଥନ ମିଳିଥିବାବେଳେ ଦୋକାନ ବଜାର, ବେସରକାରୀ ଅଫିସ ବନ୍ଦ ରହିଛି। ବନ୍ଦ ସମୟରେ ଆମ୍ବୁଲାନ୍ସ, କ୍ଷୀର ଗାଡି, ଔଷଧ ଦୋକାନ ଏବଂ ପରିକ୍ଷାର୍ଥୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ସୋମବାର ସକାଳୁ ପିସିସି ସାଧାରଣ ସଂପାଦକ ବିଦ୍ୟାଧର ଦେହୁରୀ, ସଂପାଦକ ସଂଗ୍ରାମ ଦାସ, ଯୁବ କଂଗ୍ରେସ ସଭାପତି ପାର୍ଥସାରଥୀ ପହି କେନ୍ଦୁଝରଗଡ ରେଲୱେ ଷ୍ଟେସନ ଯାଇ କେନ୍ଦୁଝରଗଡ-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନ ଅଟକାଇଥିଲେ। ଏହା ପରେ ଯୁବ କଂଗ୍ରେସ ସଭାପତି ପାର୍ଥସାରଥୀ ପହିଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀ ଏକ ମୋଟର ସାଇକେଲ ର୍ୟାଲିରେ ସହର ପରିକ୍ରମା କରି ଦୋକାନ ବଜାର ସହ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡା, ପିସିସି ସାଧାରଣ ସଂପାଦକ ଆଲୋକ ମିଶ୍ର, ବିଦ୍ୟାଧର ଦେହୁରୀ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ବିପ୍ଲବ ମିଶ୍ର, ଯୁବ କଂଗ୍ରେସ ସଭାପତି ରଂଜନ ପହି, ରଂଜନ ସ୍ୱାଇଁ, ବସନ୍ତ କୁମାର ଦାସ, ଶ୍ରମିକ ନେତା ଅରୁଣ ଦାସ, ରତ୍ନାକର ଜେନା, ସୁଢଳ ସେଠୀ, ରମାକାନ୍ତ ପାତ୍ର, ପୟୋଧର ବେହେରା, ରବିନ୍ଦ୍ର ସେଠୀ, ଶିବଶଙ୍କର ମାର୍ଡି, ବିଜୟ ରଣା, ସୁଦର୍ଶନ ଲୋହାର, କୋଦଣ୍ଡ ଜେନା, ଐତିହ୍ୟ ଦିବ୍ୟସିଂହ, ସୁଶାନ୍ତ ମହାପାତ୍ର, ବୁନୁ ପରିଡାଙ୍କ ସମତେ ଜିଲ୍ଲା କଂଗ୍ରେସ କମିଟିର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇ ବନ୍ଦକୁ ସଫଳ କରାଇଥିଲେ। ସକାଳ ୬ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଯୋଗୁଁ ବସ ଏବଂ ଟ୍ରକ ଚଳାଚଳ ବନ୍ଦ ରହିଥିଲା। ଆଜିର ହରତାଳ ଯୋଗୁଁ ଯାତ୍ରୀ ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ ବନ୍ଦ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ହୋଇଛି। ବନ୍ଦକୁ ଆଖିଆଗରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇ ବିଭିନ୍ନ ଛକ ସ୍ଥାନରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା। ଆଜିର ବନ୍ଦ ଡାକରାରେ ଖଣି ଅଞ୍ଚଳ କୁହାଯାଉଥିବା ବଡବିଲରେ ମଧ୍ୟ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ସମତେ ଖଣିଜ ପଥର ପରିବହନ ମଧ୍ୟ ବନ୍ଦ ରହିଥିଲା। ଏହି ବନ୍ଦରେ କଂଗ୍ରେସ ଓବିସି ସେଲ ସଭାପତି ଯଦୁମଣୀ ବାରିକଙ୍କ ନେତୃତ୍ୱରେ ପିକେଟିଂ କରାଯାଇ ରେଳ ଚଳାଚଳ ବନ୍ଦ କରାଯାଇଥିଲା। ଏହି ବନ୍ଦକୁ ସମର୍ଥନ ଜଣାଇ ବାମପନ୍ଥୀ, ସିପିଆଇ ଓ ସିପିଏମ ମଧ୍ୟ ତେଲ ଦର ପ୍ରତିବାଦରେ ବିଜେପି ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ହରତାଳରେ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top