କେନ୍ଦୁଝର

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ

ଘଟଗାଁ, ୧୦/୦୯(ଓଡ଼ିଆ ପୁଅ/ଭବାନୀ ପ୍ରସାଦ)- ତୈଳଦର ବୃଦ୍ଧି ପ୍ରତିବାଦରେ ଏଆସିସି ପକ୍ଷରୁ ଆହ୍ୱାନ କରାଯାଇଥିବା ସାରା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଘଟଗାଁ ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳା ଛକ ଠାରେ ଶାନ୍ତି ପୂର୍ଣ୍ଣ ଭାବେ ଜୋନ ସଭାପତୀ ଦିଲୀପ କୁମାର ବଳ ଓ ଜୋନ ସମ୍ପାଦକ ବିଜୟ ସତପଥିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଉପସ୍ଥିତ ରହି ବନ୍ଦକୁ ସଫଳ କରାଇଛନ୍ତି। ସକାଳ ୬ ଘଟିକା ଠାରୁ କଂଗ୍ରେସ କର୍ମୀ ମାନେ ଏକତ୍ରିତ ପିକେଟିଙ୍ଗ କରି ଦୋକନ, ବଜାର ବନ୍ଦ କରିବା ସହ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ପହଚିଁ ବନ୍ଦ କରାଇଥିଲେ। ଏହାର ପ୍ରଭାବରେ ଘଟଗାଁକୁ ଆସୁଥିବା ତାରିଣୀ ଦର୍ଶାନାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗାଡିମଟର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ତୈଳଦର ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଇ କର୍ମୀ ମାନେ ପ୍ରତିବାଦ ଜଣାଇଥିଲେ। ଏହି ବନ୍ଦ ପାଳନକୁ ଘଟଗାଁ ବ୍ଲକ କଂଗ୍ରେସ ଆଦିବାସୀ ସେଲ ସଭାପତୀ ଧନେଶ୍ୱର ନାଏକ, ଘଟଗାଁ ବ୍ଲକ ଏସସି ସେଲ ସଭାପତୀ ମହେନ୍ଦ୍ର କୁମାର ପାତ୍ର, ଘଟଗାଁ ଜୋନ କୃଷକ କଂଗ୍ରେସ ସଭାପତୀ ସେକ ଆଜିଜ, ଉପସଭାପତୀ ବିଶ୍ୱନାଥ ବେଜ, ବରିଷ୍ଟ କଂଗ୍ରେସ ନେତା ଗୋବନ୍ଧନ ବେହେରା, ସେକ୍ ଅଲ୍ଲି ଅହମ୍ମଦ, ସୁରେନ୍ଦ୍ର ପଟ୍ଟନାୟକଙ୍କ ସମେତ ଦିଲ୍ଲୀପ ନାଏକ, ହୃଦୟ ରଞନ ସିଂ, ରାମଚନ୍ଦ୍ର ମହାରଣା, ଦୁର୍ଗାପ୍ରସାଦ ବେହେରା, ବିଜୟ ସତପଥି, ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ରହି ଦଳ ତରଫରୁ ଅନୁଷ୍ଠିତ ବନ୍ଦ ପାଳନକୁ ସଫଳ କରାଇଥିଲେ। ସେହି ପରି ଘଟଗାଁ ବ୍ଲକ ପଣ୍ଡାପଡା ଠାରେ ଜୋନ ସଭାପତୀ ବଳରାମ ବାରିକ ଓ ବରିଷ୍ଟ କଂଗ୍ରେସ ନେତା ଦେବେନ୍ଦ୍ର ନାଥ ନାୟକଙ୍କ ନେତୃତ୍ୱରେ ଓ ଢେଙ୍କିକୋଟ ଜୋନରେ ଜୋନ ସଭାପତୀ ରାମଚନ୍ଦ୍ର ସାହୁ ଓ ଜିଲ୍ଲା କୃଷକ କଂଗ୍ରେସ ସଭାପତୀ ତଥା ରାଜ୍ୟ କୃଷକ କଂଗ୍ରେସ ଉପସଭାପତୀ ସେକ ମୋବିନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଉପସ୍ଥିତ ରହି ବନ୍ଦ ପାଳନକୁ ସଫଳ କରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top